www.samajalive.in
Monday, December 15, 2025
16.1 C
Bhubaneswar

ଲଇଡା କଲେଜ ରେ ବୌଦ୍ଧିକ ବିଜ୍ଞାନ ସପ୍ତାହ

ରେଙ୍ଗାଲି: ସମ୍ବଲପୁର ଜିଲାର ଲଇଡାରେ ଥିବା ଦୁତିକା ସାହୁ ମହାବିଦ୍ୟାଳୟର ବିଜ୍ଞାନ ବିଭାଗ ପକ୍ଷରୁ ବୌଦ୍ଧିକ ବିଜ୍ଞାନ ସପ୍ତାହ ପାଳିତ ହୋଇ ଯାଇଛି। ଅଧ୍ୟାପକ ଡଃ.ବସନ୍ତ କୁମାର ନାଏକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ଯୁକ୍ତ ତିନି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଛାତ୍ର ଛାତ୍ରୀମାନେ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନର ବିଭିନ୍ନ ଶୈକ୍ଷିକ ବିଷୟ ଉପରେ ଆଧାରିତ ପୋଷ୍ଟର୍ ପ୍ରଦର୍ଶନ କରି ସଂପୃକ୍ତ ବିଷୟ ଉପରେ ବକ୍ତବ୍ଯ ରଖିଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟାପକ ଜୟନାରୟଣ ଶତପଥି, ଅଳେଖ ଦ୍ବିବେଦୀ, ଅଶୋକ ପଧାନ, ଜିତେନ୍ଦ୍ର ପ୍ରସାଦ ସିଂହ ବିଚାରକ ଭାବେ ଯୋଗ ଦେଇ ଥିଲେ। ଯୁକ୍ତ ତିନି ବିଜ୍ଞାନ ବିଭାଗ ର ଅଧ୍ୟାପକ ଭବାନୀ ସିଂହ, ନିବେଦିତା ନାଥ, ଅଧ୍ୟାପିକା ନମ୍ରତା ପ୍ରଧାନ, ଗାୟତ୍ରୀ ପଟେଲ, ଚାନ୍ଦିନୀ ପୂଜାରୀ ଆୟୋଜନ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories