ରେଙ୍ଗାଲି: ନଭେମ୍ବର ୨୨ ତାରିଖ ରୁ ସମ୍ବଲପୁର ସର୍କଲରେ ଥିବା ସମସ୍ତ ଧାନ କ୍ରୟ କେନ୍ଦ୍ର ରେ ଧାନ କିଣବିକା ଆରମ୍ଭ ହେବବୋଲି ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ତେବେ ବିଡମ୍ବନା ର ବିଷୟ ଯେ ଧାନ କ୍ରୟ କେନ୍ଦ୍ର ଖୋଲା ହେବା ବହୁ ପୂର୍ବରୁ ଅସାଧୁ ବ୍ୟବ୍ୟସାୟୀ ଏବଂ କେତେକ ମିଲ୍ ମାଳିକ ମେଣ୍ଟରେ ଧାନ କିଣାବିକା ଆରମ୍ଭ ହୋଇ ଯାଇଛି। ଶହ ଶହ ଟ୍ରକ୍ ଧାନ ମିଲ୍କୁ ଯାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଜିଲା ପ୍ରଶାସନ ଓ ଯୋଗାଣ ବିଭାଗ ଏସବୁ ଦେଖି ନଦେଖିଲା ଭଲି ନୀରବଦ୍ରଷ୍ଟା ସାଜିଛି। ସରକାର ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ୨୧୮୩ ଟଙ୍କା କୁଇଣ୍ଟାଲ୍ ପିଛା ଧାର୍ଯ୍ୟ କରିୁଥିବା ବେଳେ ବ୍ୟବସାୟୀମାନେ ଚାଷୀମାନଙ୍କ ଠାରୁ ୧୬ ଶହ ରୁ ୧୭ ଶହ ଟଙ୍କା ରେ ଧାନ କିଣି ନେଉଥିବାର ଜଣାପଡିଛି।
ଅଣ୍ଡର ରେଟରେ ଧାନ କିଣାବିକା ଚାଲିଥିଲେ ମଧ୍ୟ ପ୍ରଶାସନ କୌଣସି କାର୍ଯାନୁଷ୍ଠାନ ଗ୍ରହଣ ନକରିବା ପରିତାପର ବିଷୟ। ବ୍ୟବସାୟୀମାନଙ୍କ ଦ୍ୱାରା ଅଣ ଜଳସେଚିତ ଅଞ୍ଚଳରେ ଚାଷ ହୋଇଥିବା ସଅଲ ଅମଳକ୍ଷମ ଧାନର ଶତକଡା ୩୦ରୁ୪୦ ଭାଗ ଅଣ୍ଡର ରେଟ୍ରେ ବିକ୍ରି ହୋଇ ମିଲ୍ ଗୋଦାମକୁ ଯାଇଥିବା ଜଣାପଡ଼ିଛି। ଏହାବ୍ୟତୀତ ସଂପ୍ରତି ଲଘୁଚାପ ଜନିତ ବର୍ଷା ଆଶାଙ୍କା ରେ ଚାଷୀ ତରତର ହୋଇ ଧାନ ଅମଳ କରିବା ରେ ଲାଗିଥିବା ବେଳେ ମାର୍କେଟ ୟାର୍ଡ ଖୋଲା ୍ାଇ ନଥିବାରୁ ଅମଳ ହୋଇଥିବା ଧାନ ଗଚ୍ଛିତ ରଖିବା ଓ ବିକ୍ରି କରିବା ଚାଷୀମାନଙ୍କ ପାଇଁ ବିଷମ ସମସ୍ୟା ସୃଷ୍ଟି କରିଛି।



