www.samajalive.in
Monday, December 15, 2025
16.1 C
Bhubaneswar

ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ସ୍କୁଲ ସମ୍ମୁଖରେ ଧାରଣା

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର କଙ୍ଗେଇଲୋ ଜନତା ଉଚ୍ଚପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଅଭିଭାବକ ଓ ଛାତ୍ରଛାତ୍ରୀ ଗଣଧାରଣା ଦେଇଛନ୍ତି। ସ୍କୁଲରେ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ସେମାନେ ଧାରଣାରେ ବସିଥିବା କହିଛନ୍ତି। ସ୍କୁଲରେ ୩ ଟି ଶ୍ରେଣୀରେ ମୋଟ ୧୫୨ ଜଣ ଛାତ୍ରଛାତ୍ରୀ ଅଧ୍ୟାୟନ କରୁଥିବାବେଳେ ଶିକ୍ଷକ ମାତ୍ର ୩ ଜଣ। ସରକାରୀ ନିୟମ ଅନୁଯାୟୀ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷକ ହିସାବରେ ମୋଟ ୫ ଜଣ ଶିକ୍ଷକ ନିଯୁକ୍ତି ହେବାକଥା। କିନ୍ତୁ ୩ ଜଣ ଶିକ୍ଷକ ମଧ୍ୟରୁ ଜଣେ ସିଆରସି ଥାବାବେଳେ ଆଉ ଦୁଇଜଣ ଶିକ୍ଷକ ଶିକ୍ଷାଦାନ କରନ୍ତି। ଜଣେ ପ୍ରଧାନ ଶିକ୍ଷକ ଓ ଆଉଜଣେ ସହକାରୀ ଶିକ୍ଷକ।

ପ୍ରଧାନ ଶିକ୍ଷକ କୌଣସି ସରକାରି କାର୍ଯ୍ୟରେ ଗଲେ ଆଉ ମାତ୍ର ଜଣେ ଶିକ୍ଷକ ରୁହନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବହୁ ଅସୁବିଧାର ସମ୍ମୁଖିନ ହେଉଥାଏ। ଏନେଇ ଅଭିଭାବକଙ୍କ ତରଫରୁ ପୂର୍ବରୁ ବାରମ୍ବାର ବ୍ଲକ ଶିକ୍ଷାଧିକାରିଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ। ସେ ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନ ନେବାରୁ ସ୍କୁଲ ମଖ୍ୟ ଫାଟକ ସମ୍ମୁଖରେ ଧାରଣା ବସିଥିଲେ। ଏପରିକି ସ୍କୁଲ ଭିତରକୁ ଶିକ୍ଷକଙ୍କୁ ମଧ୍ୟ ଛାଡିନଥିଲେ। ଟେଲିଫୋନ ମାଧ୍ୟମରେ ବ୍ଲକ ଶିକ୍ଷାଧିକାରି ଆଗାମି ୩ ଦିନ ଭିତରେ ଜଣେ ଶିକ୍ଷକ ନିଯୁକ୍ତି ଦେବାର ପ୍ରତିଶୃତି ପରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories