www.samajalive.in
Saturday, December 6, 2025
17.1 C
Bhubaneswar

ବିଭିନ୍ନ ରୋଗରୁ ମୁକ୍ତି ଦିଏ ମେଥି ଶାଗ

ସ୍ୱାସ୍ଥ୍ୟ ପାଇଁ ସମସ୍ତ ପ୍ରକାରର ଶାଗ ବହୁ ଲାଭଦାୟକ ଅଟେ। ଶରୀରର ବିଭିନ୍ନ ପ୍ରକାରର ରୋଗକୁ ମଧ୍ୟ ଦୂର କରିଥାଏ। ସେଭଳି ଶରୀର ପାଇଁ ଏକ ଲାଭଦାୟକ ଶାଗ ହେଉଛି ମେଥି ଶାଗ। ଏହି ଶାଗର ବହୁ ଔଷଧୀୟ ଗୁଣ ରହିଛି। ଜାଣନ୍ତୁ ଏହି ଶାଗ ଖାଇବା ଦ୍ୱାରା ଆମକୁ କି କି ଲାଭ ମିଳିଥାଏ….
ଆଣ୍ଠୁଗଣ୍ଠି ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହି କାରଣରୁ ଲୋକଙ୍କୁ ଚଲାବୁଲା କରିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ନିତିଦିନିଆ କାର୍ଯ୍ୟରେ ମଧ୍ୟ ବହୁତ ଅସୁବିଧା ଭୋଗ କରିବାକୁ ପଡ଼ିଥାଏ। ଏହି ଆଣ୍ଠୁଗଣ୍ଠି ବ୍ୟଥାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର ଔଷଧର ମଧ୍ୟ ସେବନ କରିଥାଆନ୍ତି। ମାତ୍ର ମେଥି ଶାଗ ଖାଇବା ଦ୍ୱାରା ଏହି ଯନ୍ତ୍ରଣା ଦୂର ହୋଇଥାଏ।
ସବୁଜ ମେଥି ଶାଗରେ ପର୍ଯ୍ୟାନ୍ତ ପରିମାଣରେ ଫାଇବର, ପ୍ରୋଟିନ, ଆଇରନ ଥାଏ। ମେଥି ଶାଗ ଆଣ୍ଠୁଗଣ୍ଠିର ସମସ୍ୟା ଦୂର କରିବା ପାଇଁ ଖୁବ ଲାଭଦାୟକ ଅଟେ। ମେଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଭରପୁର ରହିଛି। ଏହାକୁ ନିୟମତି ଖାଇବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ ହୋଇଥାଏ। ମେଥିରେ ଭରପୁର ପୋଟାସିୟମ ରହିଛି।
ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଖୁବ ଉପଯୋଗୀ ଅଟେ।
ଖାଦ୍ୟକୁ ଭଲ ଭାବେ ହଜମ କରିବା ସହ କୋଷ୍ଠକାଠିନ୍ୟ ଜନିତ ସମସ୍ୟାକୁ ଦୂର କରିଥାଏ।
ସାଧାରଣତଃ ପିଲାମାନଙ୍କ ପେଟରେ କୃମି ହୋଇଯାଏ। ଏହି ମେଥି ଶାଗ ଖାଇବା ଦ୍ୱାରା କୃମି ଜନିତ ସମସ୍ୟାରୁ ମୁକ୍ତ ମିଳେ।
ମେଥି ପତ୍ରକୁ ପେଷି ଏହାକୁ କେଶରେ ଲଗାଇଲେ, କେଶ ଘନ ଓ କଳା ହୋଇଥାଏ।
ଏହାର ପତ୍ରକୁ ପେଷି ମୁହଁରେ ଲଗାଇଲେ ମୁହଁର ଉଜ୍ୱଳତା ବଢିଥାଏ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories