www.samajalive.in
Sunday, December 7, 2025
13.1 C
Bhubaneswar

ବିଶ୍ୱକପ୍‍ ମୁକାବିଲା ଆଜିଠାରୁ

ଭୁବନେଶ୍ୱର : ମଙ୍ଗଳବାର ସନ୍ଧ୍ୟାରେ କଳିଙ୍ଗ ଆଥ୍‍ଲେଟିକ୍‍ ଷ୍ଟାଡିୟମ୍‍ରେ ରଙ୍ଗାରଙ୍ଗ ଉଦ୍‍ଘାଟନୀ ଉତ୍ସବ ସହ ୧୪ଶ ପୁରୁଷ ହକି ବିଶ୍ୱକପ୍‍ର ବିଗୁଲ ବାଜିଯାଇଛି। ଆଜିଠାରୁ ନବୀକୃତ କଳିଙ୍ଗ ଷ୍ଟାଡିୟମ୍‍ ହକି କମ୍ପ୍ଲେକ୍ସରେ ଆରମ୍ଭହେବ ମୁକାବିଲା। ଅପରାହ୍ଣ ୫ଟାରେ ଉଦ୍‍ଘାଟନୀ ମ୍ୟାଚ୍‍ ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ଥିବା ଅଲିମ୍ପିକ୍‍ ରନର୍ସଅପ ବେଲଜିୟମ ଓ ୧୧ତମ ସ୍ଥାନରେ ଥିବା କାନାଡ଼ା ମଧ୍ୟରେ ପୁଲ୍‍ ‘ସି’ର ମ୍ୟାଚ୍‍ ଖେଳାଯିବ। ୨ୟ ମ୍ୟାଚ୍‍; ଯାହାକୁ ସାରା ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି; ତାହା ଖେଳାଯିବ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ।
ପ୍ରଥମ ମୁକାବିଲା ଲାଗି ୪ ଦଳ ଚୂଡ଼ାନ୍ତ ରଣନୀତି ଶେଷ କରିଛନ୍ତି। ଭାରତୀୟ ଦଳର ଅଧିନାୟକ ମନ୍‍ପ୍ରୀତ ସିଂହ ଓ କୋଚ୍‍ ହରେନ୍ଦ୍ର ସିଂହ ଦଳ ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କରିବା ନେଇ ଲକ୍ଷ୍ୟ ରଖିଛନ୍ତି।ଏଥିପାଇଁ ସ୍ୱତନ୍ତ୍ର ରଣନୀତି ମଧ୍ୟ ପ୍ରସ୍ତୁତ ହୋଇଛି। ଘରୋଇ ଦର୍ଶକଙ୍କ ଗହଣରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ଲକ୍ଷ୍ୟରେ ଭାରତ ରହିଛି। ସେହିପରି ବିଶ୍ୱ ମାନ୍ୟତାର ୧୫ତମ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଅଧିନାୟକ ଟିମ୍‍ ଡ୍ରୁମଣ୍ଡଙ୍କ ନେତୃତ୍ୱରେ ଖେଳିବ। ଦଳ ଭାରତକୁ ପୂରା ଟକ୍କର ଦେବା ଲକ୍ଷ୍ୟ ରଖିଛି। ପ୍ରତିଯୋଗିତାର ଅନ୍ୟତମ ଟାଇଟଲ ଫେଭରିଟ୍‍ ବେଲଜିୟମ ମଧ୍ୟ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ଦଳର ଅଧିନାୟକ ଥମାସ ବ୍ରିଲସ୍‍ ଓ ପ୍ରଶିକ୍ଷକ ସେନ୍‍ ମାକ୍‍ଲିଡ୍‍ ମଧ୍ୟ ଭଲ ପ୍ରଦର୍ଶନ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଶ୍ୱ ମାନ୍ୟତାର ୧୧ତମ ସ୍ଥାନରେ ଥିବା କାନାଡ଼ା ୫ମ ଥର ପାଇଁ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ମୁଖ୍ୟ ପ୍ରଶିକ୍ଷକ ଆଣ୍ଟୋନି ଫାର ଓ ଅଧିନାୟକ ସ୍କଟ ଟୁପର ଭଲ ପ୍ରଦର୍ଶନ ନେଇ ଆଶା ରଖିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories