www.samajalive.in
Monday, December 15, 2025
24.1 C
Bhubaneswar

ସାମୂହିକ ଭସାଣିରେ କମ୍ପୁଛି ଆଠଗଡ ସହର

ଆଠଗଡ : ଆଠଗଡ ସହରର ସମସ୍ତ ପ୍ରମୁଖ ବଜାର ମେଢଗୁଡିକର ଶୁକ୍ରବାର ସାମୂହିକ ଭସାଣି ଉତ୍ସବ ଅନୁଷ୍ଠିତ ହେଉଛି । ୫ଟି ବଜାରର ଦୁର୍ଗା ଏବଂ ହରପାର୍ବତୀ ମେଢଗୁଡିକ ଭସାଣି ଉତ୍ସବରେ ଭଳିକି ଭଳି ବାଜା, ବାଣ ଓ ରୋଷଣିରେ ସମଗ୍ର ଆଠଗଡ ସହର କମ୍ପମାନ ହେଉଛି । ଦୁର୍ଗାବଜାର ଓ ଚାନ୍ଦବାଲିଛକ ପୂଜା କମିଟିର ଦୁର୍ଗା ମେଢ, ଲକ୍ଷ୍ମୀବଜାର, ରଘୁନାଥ ବଜାର ଏବଂ ଜଗନ୍ନାଥ ବଜାରର ହରପାର୍ବତୀ ମେଢଗୁଡିକ ଅପରାହ୍ନ ୪ଟା ସୁଦ୍ଧା ଦୁର୍ଗାବଜାର ଠାରେ ଅନୁଷ୍ଠିତ ମେଳଣ ଉତ୍ସବରେ ଯୋଗଦେଇ ଥିଲେ। ସେଠାରୁ ସମସ୍ତ ମେଢଗୁଡିକ ଧାଡିରେ ରଘୁନାଥ ବଜାର, ଲକ୍ଷ୍ମୀବଜାର, ଚାନ୍ଦବାଲି ଛକ ବଜାର ଏବଂ ବୀରକିଶୋରପୁର ଦେଇ ଶୃଙ୍ଖଳିତ ଭାବେ ସହରର ପ୍ରମୁଖ ସାହିଗୁଡିକ ପରିକ୍ରମା କରୁଛନ୍ତି।

- Advertisement -

ବିଶ୍ୱନାଥ ବିଦ୍ୟାପୀଠ ନିକଟରେ ଆଠଗଡ ଦୁର୍ଗାପୂଜା କମିଟି ପକ୍ଷରୁ ସମସ୍ତ ପୂଜାକମିଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଲକ୍ଷ୍ମୀବଜାର କମିଟି ପକ୍ଷରୁ ପୁରୁଣା ବସଷ୍ଟାଣ୍ଡଠାରେ କମିଟିର ସଭାପତି ଫଣିଭୂଷଣ ରଥ, ସଂପାଦକ ବଂଶୀଧର ସେଠୀ, ଆଇନ ଉପଦେଷ୍ଟା ଜଗଦାନନ୍ଦ ତ୍ରିପାଠୀ, କୋଷାଧ୍ୟକ୍ଷ ମନୋଜ କୁମାର ବେହେରା ଓ କର୍ମକର୍ତ୍ତା ଚିତ୍ତରଞ୍ଜନ ମିଶ୍ର, ମନୋରଞ୍ଜନ ମିଶ୍ର ପ୍ରମୁଖ ସମସ୍ତ ବଜାର ପୂଜା କମିଟିିର କର୍ମକର୍ତ୍ତାଙ୍କୁ ପୁଷ୍ପମାଲ୍ୟ, ଉତ୍ତରୀୟ ଓ ମିଷ୍ଟାନ୍ନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଆଇଆଇସି ଅନିରୁଦ୍ଧ ମୁଦୁଲି ଏବଂ ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ୱରେ ଭସାଣି ଉତ୍ସବରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ଅଧିକାରୀ ଓ କର୍ମଚାରୀ ମୁତୟନ ହୋଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories