www.samajalive.in
Sunday, December 14, 2025
26.1 C
Bhubaneswar

ବାପା ହତ୍ୟାକାଣ୍ଡର ପ୍ରତିଶୋଧ, ସୁପାରି ଦେଇ ହତ୍ୟାକାରୀକୁ ହତ୍ୟା କଲା ପୁଅ

କାମାକ୍ଷାନଗର: କାମାକ୍ଷାନଗର ଅଞ୍ଚଳର ଖଣି ବ୍ୟବସାୟୀ ନିରାକାର ସାହୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦିବ୍ୟଦର୍ଶନ ମାହୁନ୍ତଙ୍କୁ ଗିରଫ କରିଛି ପୁଲିସ l ବାପା ଦିପକ ମାହୁନ୍ତଙ୍କ ହତ୍ୟାକାଣ୍ଡର ପ୍ରତିଶୋଧ ପାଇଁ ସୁପାରି ଦେଇଥିଲେ ପୁଅ ଦିବ୍ୟଦର୍ଶନ ଓରଫ ବିକି l ବାପା ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ପୁଅ ଦିବ୍ୟଦର୍ଶନ ମାହୁନ୍ତ ୧ଲକ୍ଷ ଟଙ୍କାର ସୁପାରି ଦେଇ ହତ୍ୟା କରିଥିବା ସାମ୍ବାଦିକ ସମ୍ମିଳନିରେ କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଭାତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।
ଗତମାସ ୨୭ ତାରିଖ ବିଳମ୍ବିତ ରାତିରେ ନିରାକାର ସାହୁକୁ କାମାକ୍ଷାନଗର ଥାନା ଆଳତୁମା ମାଳବନ୍ଧ ନିକଟରେ ଗୁଳିମାଡ କରି ହତ୍ୟା ହତ୍ୟାଥିଲେ ଦୃର୍ବୁତ୍ତ। ନିରାକାରଙ୍କ ସ୍ତ୍ରୀ ଜାନକି ସାହୁ ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ଥିବା ବେଳେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ।

ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦିବ୍ୟଦର୍ଶନ ଓରଫ ବିକି ଘଟଣା ଘଟିସାରିବା ପରେ ତିରୁପତି ପଳାଇ ଯାଇଥିଲା। ସେଦିନଠାରୁ ପୋଲିସ ତାକୁ ଖୋଜୁଥିଲା। ଗତ ୨୬ ତାରିଖ ଦିନ ସେ ତାଙ୍କ ଘର ତୁମୁଶିଙ୍ଗା ଥାନା ବାରୁଆଁ ଆସିଥିବାବେଳେ, ବିଶେଷ ସୁତ୍ରରୁ ଖବର ପାଇ ପୁଲିସ ମାଡିବସିଥିଲା। ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବଶିଘ୍ର ଗିରଫ କରାଯିବା ନେଇ ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକାରୀ ପ୍ରଭାତ ତ୍ରିପାଠି। ଦୀପକ ମାହୁନ୍ତ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିଲେ ନିରାକାର ସାହୁ। ଜେଲରେ ରହିବା ପରେ କିଛି ମାସ ତଳେ ବେଲରେ ଆସିଥିଲେ ନିରାକାର ସାହୁ, ଯାହାକୁ ସୁପାରି ଦେଇ ହତ୍ୟା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories