www.samajalive.in
Monday, December 15, 2025
16.1 C
Bhubaneswar

ଗୁଡଭେଲା ଓ ତୁଷୁରା ଅଞ୍ଚଳରେ ଶାରଦୀୟ ଦୁର୍ଗା ପୂଜା

ଗୁଡଭେଲା: ତୁଷୁରା ସହରର ଇଷ୍ଟ ଦେବୀ ମାଁ ସମଲେଶ୍ବରୀ ଓ ଗୁଡଭେଲା ବ୍ଲକର ବିଭିନ୍ନ ଗ୍ରାମରେ ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜା ଅବସରରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେବୀ ଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି। ପ୍ରଥମେ ତୁଷୁରା ସହର ସ୍ଥିତ ମାଁ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ। ଏହାପରେ ଚାଣ୍ଟିପଦର ଗ୍ରାମରେ ଦୁର୍ଗାପୂଜା ମଣ୍ଡପରେ ମାଁ ଦୁର୍ଗାଙ୍କ ଦର୍ଶନ କରିଥିଲେ। ଏହାପରେ ଗୁଡଭେଲା, ଜାମୁଟ, ଡାହିମାଳ, ନୂଆଁପଡ଼ା ଓ ସମରା ଗ୍ରାମର ବିଭିନ୍ନ ପଡାରେ ଆଯୋଜିତ ପୂଜା ମଣ୍ଡପ ବୁଲି ଦେବୀଙ୍କ ଦର୍ଶନ କରିବା ସହ ଆର୍ଶୀବାଦ ନେଇଥିଲେ। ଅଞ୍ଚଳର ସୁଖ, ସମୃଦ୍ଧି ଏବଂ ସୁସ୍ଥତା ପାଇଁ ଦେବୀ ମା’ଙ୍କଠାରେ ସେ ପ୍ରାର୍ଥନା କରିବା ସହ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିବା ସହ ସମାଧାନ ପାଇଁ ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରତିଶ୍ରୁତି ଦେଇଥିଲେ।

ଏଥିରେ ତୁଷୁରା ଏନଏସି ଅଧ୍ୟକ୍ଷ ଅଜୟ ଜୟଶ୍ବାଲ, ଉପାଧ୍ୟକ୍ଷା ମାମୀ ଦାସ, ଜିଲାପରିଷଦ ସଭ୍ୟ ପ୍ରଦୀପ ପଣ୍ଡା, ରାମନିବାଶ ଅଗ୍ରୱାଲ, ବିକାଶ ଶର୍ମା, ରଣ ପୁଷ୍ଟି, ରାଜା ବଗର୍ତ୍ତି, ଭିକୁ କମ୍ପ, ମନୋଜ ରଣା, ଶତିଷ ଅଗ୍ରୱାଲ, ପଦ୍ମନାଭ ପୁରୋହିତ, ନିରୋଦ ନାଗ, ଲୋକନାଥ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories