ସିମୁଳିଆ: ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର ରାମବିଦ୍ଧା ଠାରେ ମାଁ ବନଦୁର୍ଗାଙ୍କ ମନ୍ଦିର ଅବସ୍ଥିତ। ଏଠାରେ ଦୀର୍ଘ ୪୨ବର୍ଷ ଧରି ମା’ ବନଦୁର୍ଗା ରୁପରେ ଦୈନନ୍ଦିନ ପୂଜା ପାଇ ଆସିଥିବା ବେଳେ ପାର୍ବଣରେ ମାଙ୍କର ଷଷ୍ଠୀ ପୂଜା ଠାରୁ ଦଶହରା ଯାଏଁ ଭିନ୍ନ ଭିନ୍ନ ନାମରେ ମା’ଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ। ସେଥିମଧ୍ୟରୁ ମାଙ୍କ ନବରାତ୍ର ପୂଜା ଏକ ନିଆରା ପୂଜା କରାଯାଇଥାଏ। ଏହି ଅବସରରେ ନବ ପତ୍ରିକା ପୂଜା ପାଠ ଓ ନଅ ଦେବୀଙ୍କୁ ପୂଜା ଅର୍ଚ୍ଚନା କରିବା ସହିତ ପରମ୍ପରା ଅନୁଯାୟୀ ୯ଜଣ କୁଆଁରୀ ଝିଅମାନଙ୍କୁ ଅଳତା ସିନ୍ଦୁର କୁକୁମ ଓ ନୂତନ ବସ୍ତ୍ର ପରିଧାନ କରି ଫୁଲ ଚନ୍ଦନ ଧୂପ ଦୀପ ଦେଇ ବଦ୍ଧାପନା କରିବା ସହ ନବ କୁମାରୀ ମାନଙ୍କୁ ପୂଜା କଲେ ମଙ୍ଗଳ ର ଅଧିକାରୀ ହୋଇଥିବା ନେଇ ମାଙ୍କ ସେବକ ରମାକାନ୍ତ ଓଝା କହିଛନ୍ତି।
Popular Categories



