www.samajalive.in
Sunday, December 14, 2025
23.1 C
Bhubaneswar

ଆଫଗାନୀସ୍ତାନ ରଚିଲା ଇତିହାସ- ପାକିସ୍ତାନକୁ ବିଶ୍ୱକପ୍‌ କ୍ରିକେଟ ମ୍ୟାଚରେ ଶୋଚନୀୟ ଭାବେ ପରାସ୍ତ କଲା

ଚେନ୍ନାଇ- ଭାରତରେ ଖେଳାଯାଉଥିବା ବିଶ୍ୱକପ୍‌ କ୍ରିକେଟର ଏକ ମ୍ୟାଚ୍‌ରେ ଆଫଗାନୀସ୍ତାନ ପାକିସ୍ତାନକୁ ପରାସ୍ତ କରିଛି । ଚେନ୍ନାଇରେ ଖେଳାଯାଉଥିବା ମ୍ୟାଚରେ ଆଫଗାନୀସ୍ତାନ ପାକିସ୍ତାନକୁ ୮ ଓ୍ୱିକେଟ୍‌ରେ ପରାସ୍ତ କରିଛି । ଏହା ପୂର୍ବରୁ ଆଫଗାନୀସ୍ତାନ ପୂର୍ବ ବିଶ୍ୱକପ୍‌ ଚାମ୍ପିୟନ୍‌ ଇଂଲଣ୍ଡକୁ ୬୯ ରନ୍‌ରେ ପରାସ୍ତ କରିଥିଲା ।

ବାବର ଆଜମ୍‌ଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଟିମ୍‌ ବିଶ୍ୱକପ୍‌ର ଅନେକ ମ୍ୟାଚରେ ହାରର ସାମ୍ନା କରିଛି । ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୮୩ ରନ୍‌ କରିଥିଲା । ଆଫଗାନୀସ୍ତାନ ମାତ୍ର ୨ ଓ୍ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି ।

- Advertisement -

ଏକଦିବସୀୟ ମ୍ୟାଚରେ ପ୍ରଥମ ଥର ପାଇଁ ଆଫଗାନୀସ୍ତାନ ପାକିସ୍ତାନକୁ ପରାସ୍ତ କରିଛି । ୪୯ ତମ ଓଭରରେ ଆଫଗାନୀସ୍ତାନ ବିଜୟ ଲକ୍ଷ୍ୟ ହାସଲ କରିଛି ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories