www.samajalive.in
Monday, December 15, 2025
24.1 C
Bhubaneswar

ସମବାୟ ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଫୁଲବାଣୀ: ଜିଲା ସମବାୟ ବିଭାଗ ସଭାଗୃହରେ ସମବାୟ ସପ୍ତାହ ପାଳନ ନିମନ୍ତେ ଜିଲା ସମବାୟ ସଂଘର ଏକ ପ୍ରସ୍ତୁତି ବୈଠକ ସଂଘର ସଭାନେତ୍ରୀ ସୁପ୍ରଭା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସମବାୟ ନିବନ୍ଧକ ଯୁଗଳ କିଶୋର ସାହୁ ବୈଠକରେ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲାର ୨୪ଟି ଲ୍ୟାମ୍ପସ ସହିତ ଅନ୍ୟ ସମବାୟ ସମିତିର ପ୍ରତିନିଧି ଏହି ବୈଠକରେ ଯୋଗ ଦେଇଥିଲେ। ସମବାୟ ସଂଘର ପରିଚାଳନା ପରିଷଦ ଓ ଲ୍ୟାମ୍ପସର ସଦସ୍ୟମାନଙ୍କୁ ତାଲିମ ପ୍ରଦାନ କରୀବାକୁ ରାଜ୍ୟ ସଂଗଠନକୁ ଅନୁରୋଧ କରିବାକୁ ନିଷ୍ପତ୍ତି ନିଆଗଲା। ଏହି ଅବସରରେ ଜିଲା ସମବାୟ ସଂଘର ଉପସଭାପତି କିଶୋର ନାୟକ, ବୋର୍ଡ ଅଫ ଡାଇରେକ୍ଟର୍ସ ବୁଡୁ ଦିଗାଲ, ଜମେଶ ମଲିକ, କୃଷ୍ଣଚନ୍ଦ୍ର କହଁର ପ୍ରମୁଖ ଆଲୋଚନାରେ ଉପସ୍ଥିତ ଥିଲେ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories