www.samajalive.in
Monday, December 15, 2025
24.1 C
Bhubaneswar

ଆଶ୍ରମ ବିଦ୍ୟାଳୟର ୬ଶିକ୍ଷକଙ୍କ ହଠାତ ବଦଳି ନେଇ ଛାତ୍ରଛାତ୍ରୀଙ୍କ ହରତାଳ

କେଶଦୁରାପାଳ : ଆଶ୍ରମ ବିଦ୍ୟାଳୟର ୬ଜଣ ଶିକ୍ଷକଙ୍କ ହଠାତ ବଦଳି ନେଇ ଛାତ୍ରଛାତ୍ରୀମାନେ ହତୋତ୍ସାହ ହୋଇ ହରତାଳ କରିଥିବା ଦେଖିବାକୁ ମିଳିଛି ।
ସୂଚନାରୁ ପ୍ରକାଶ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଗୋଦିରା ପଞ୍ଚାୟତ ଅନ୍ତର୍ଗତ ଚାଲଗାଁ ସ୍ଥିତ ତ୍ରୀଲୋଚନପୁରୁ ଆଶ୍ରମ ବିଦ୍ୟାଳୟ ବିଭିନ୍ନ ଅବ୍ୟସ୍ଥାରେ ଗତି କରୁଥିବାବେଳେ ହଠାତ ୬ ଜଣ ଶିକ୍ଷକଙ୍କୁ ବଦଳି କରିଦିଆଯାଇଥିବାରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦୁଃଖ ପ୍ରକାଶ କରିବା ସହ ବିଦ୍ୟାଳୟ ପରିସରରେ ଧାରଣା ଦେଇଛନ୍ତି। ବିଦ୍ୟାଳୟର ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ଥିବା ଜଣାପଡିଛି କେତେବେଳେ ବିଦ୍ୟାଳୟର ପାଣି ମଟର ଚୋରୀ ହୋଇଯାଇଛି କେତେ ବେଳେ ଛାତ୍ରଛାତୀ ମାନେ ନିମ୍ନମାନର ଖାଖ୍ୟ ଖାଉଥିବା ଜଣାପଡିଛି।

ଅନେକ ସମୟରେ ବିଦ୍ୟାଳୟର ସମସ୍ୟା ସଂପର୍କରେ ସଂପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ନ ଦେଇ ଓଲଟା କିଏ କହିଲା ବୋଲି ପ୍ରଶ୍ନ କରନ୍ତି। ଆଶ୍ରମ ବିଦ୍ୟାଳୟର ବିଭିନ୍ନ ଅବ୍ୟବସ୍ଥା ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା।ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ଆକ୍ରୋଶରେ ୬ ଜଣ ବିଭିନ୍ନ ଶିକ୍ଷକଙ୍କୁ ବଦଳି କରାଯାଇଛି। ଏ ନେଇ ଆଶ୍ରମ ବିଦ୍ୟାଳୟର ୬ଜଣ ଶିକ୍ଷକଙ୍କ ହଠାତ ବଦଳି ନେଇ ଛାତ୍ରଛାତ୍ରୀମାନେ ହତୋତ୍ସାହ ହୋଇ ହରତାଳ କରିଥିବା ଦେଖିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା  ହେଲା ପ୍ରଧାନ ଶିକ୍ଷୟିତ୍ରୀଙ୍କ ବ୍ୟବହାରରେ ଅତିଷ୍ଠ ଛାତ୍ରଛାତୀ ମାନେ ଶିକ୍ଷକ ମାନଙ୍କ ଉପରେ ଭରସା କରିଥିବା ବେଳେ ହଠାତ ସେମାନଙ୍କ ବଦଳିକୁ ନେଇ ଛାତ୍ରଛାତୀ ମାନେ ଭାଙ୍ଗିପଡିଛନ୍ତି। ପ୍ରକୃତରେ ଆଶ୍ରମ ବିଦ୍ୟାଳୟର ବିଭିନ୍ନ ଅବ୍ୟବସ୍ଥା ସୁଧରିବା ପବିବର୍ତ୍ତେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଯୋଗୁ ଏହା ବଢୁଥିବା ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories