bjd gruha runa

ଆଖଣ୍ଡଳମଣିଙ୍କ ମନ୍ଦିରରେ ଜୟଦୁର୍ଗାଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ

ଆଜି ଗୌରୀ ବେଶ, ଦୈନନ୍ଦିନ ଭିନ୍ନଭିନ୍ନ ବେଶରେ ଦର୍ଶନ ଦେବେ ମା’

BJD Bijuli 480×75 Mob

ଆରଡି : ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅଧିଷ୍ଠାତ୍ରୀ ଜୟଦୁର୍ଗାଙ୍କ ପବିତ୍ର ମୂଳାଷ୍ଟମୀ ଠାରୁ ଦଶହରା ପ୍ରର୍ଯ୍ୟନ୍ତ ଷୋଡଶ ଦିବସୀୟ ପୂଜା ଶୁକ୍ରବାର ଆରମ୍ଭ ହୋଇଛି । ପ୍ରତିଦିନ ମା’ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ। ଏଥିପାଇଁ ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ପ୍ରଥମଦିନରେ ମାଙ୍କୁ ଗୌରୀ ବେଶରେ ସଜ୍ଜିତ କରାଯାଇ ଘଟସ୍ଥାପନ, ଦ୍ବାରପାଳପୂଜା, ସୂର୍ଯ୍ୟପୂଜା, ହଳଦୀପଞ୍ଚାମୃତ ସ୍ନାନ, ଜଳାଭିଷେକ ନୀତି ସରିବା ପରେ ଚଣ୍ଡିପାଠ କରାଯାଇଥିଲା। ସଂନ୍ଧ୍ୟାରେ ଷୋଡଶ ଉପଚାର ପୂଜା, ଆଳତୀ ଓ ନୀତିଭୋଗ ଲାଗି କରାଯାଥିଲା। ଏହିପରି ଭାବେ ପ୍ରତିଦିନ ଭୋର ୪ଟାରୁ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ ସରିବା ପରେ ରୀତିନୀତି ଅନୁଯାୟୀ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ। ତାହାସହ ଭୂବନେଶ୍ବରୀ, ଜୟଚଣ୍ଡୀ, ସର୍ବମଙ୍ଗଳା, ମହାଲକ୍ଷ୍ମୀ, ମହା ସରସ୍ବତୀ, ମହାକାଳୀ ଆଦି ବେଶ ଅନୁଷ୍ଠିତ ହେବ।

Comments are closed.