କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ଥାୟୀ ବିକାଶ ଉପରେ କର୍ମଶାଳା
ସମ୍ବଲପୁର : ପୂର୍ବତଟ ରେଳପଥ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳରେ ସ୍ୱଚ୍ଛତା ପକ୍ଷ ଅବସରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ଥାୟୀ ବିକାଶ କ୍ଷେତ୍ର ଉପରେ କର୍ମଶାଳା ଆୟୋଜିତ ହୋଇଯାଇଛି । ମଣ୍ଡଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ ପ୍ରକାଶ କୁମାର ପଟେଲ ମୁଖ୍ୟ ଅତିଥି, ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ବେଦଭୂଷଣ ସମ୍ମାନୀତ ଅତିଥି ଓ ମେସଜ ସ୍କ୍ରାପ – କ୍ୟୁ ହବ ପ୍ରାଇଭେଟ ଲିମିଡେଟର ମହାପ୍ରବନ୍ଧକ କେ. ଝା ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଥିଲେ । ଏଭଳି କର୍ମଶାଳା ଦ୍ୱାରା ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ସଚେତନତା ସୃଷ୍ଟି କରିବା ଦିଗରେ ସହାୟ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ପଟେଲ କହିଥିଲେ । ସମ୍ବଲପୁର ମହାନଗର ନିଗମ ପକ୍ଷରୁ ବର୍ଜ୍ୟ ବସ୍ତୁ ପରିଚାଳନା ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ବିକାଶ ପାଇଁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଗୁଡିକ ଉପରେ ନିଗମ ଆୟୁକ୍ତ ବେଦଭୂଷଣ ନିଜ ବକ୍ତବ୍ୟରେ କହିଥିଲେ। ମୁଖ୍ୟବକ୍ତା ଶ୍ରୀ ଝା ବର୍ଜ୍ୟବସ୍ତୁ ପରିଚାଳନାର ଉପାୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ସେମିନାରରେ ରେଳବାଇ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ମଣ୍ଡଳ ଯାନ୍ତ୍ରିକ ଇଂ ଦୀପକ ପର୍ଶୁରାମପୁରିଆ ସଂଯୋଜନା କରିଥିଲେ।
Comments are closed.