ସେବା ସପ୍ତାହ ଉପଲକ୍ଷେ ବିଜେପି ପକ୍ଷରୁ ଜନଜାତି ଗାଁରେ ସହଭୋଜନ କାର୍ଯ୍ୟକ୍ରମ
ଗୁରୁଡିଝାଟିଆ : ଆଠଗଡ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ସପ୍ତାହ ଉପଲକ୍ଷେ ୨ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେଉଥିବା ସେବା ପକ୍ଷ ପରିପ୍ରେକ୍ଷୀରେ ଖୁଣ୍ଟୁଣୀ ବିଜେପି ମଣ୍ଡଳ ପକ୍ଷରୁ ରାଧାକୃଷ୍ଣପୁର ପଞ୍ଚାୟତ ଅନ୍ତର୍ଗତ ମୁଶୁଳିଆ ଜନଜାତି ଗାଁରେ ସହଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର ରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ବିକାଶ କଥା ଚିନ୍ତା କରିଥାନ୍ତି, ସମାଜର ତଳସ୍ତରରେ ବାସକରୁଥିବା ଅଭାବୀ ଅନୁସୁଚିତ ଜାତି,ଜନଜାତିଙ୍କ ବିକାଶ ହିଁ ଦେଶର ବିକାଶ ବୋଲି ଅନୁଭବ କରି ଅନେକ ଲୋକକଲ୍ୟାଣ ଯୋଜନା ପ୍ରଣୟନ କରିଛନ୍ତି। ସମସ୍ତଙ୍କୁ ନେଇ ଦେଶର ବିକାଶ ସମ୍ଭବ। ଅନୁସୁଚିତ ଜନଜାତି ମୁଶୁଳିଆ ଗାଁର ଜନସାଧାରଣଙ୍କ ସହିତ ବିଜେପିକର୍ମୀ ସହଭୋଜନ କରିଥିଲେ। ମଣ୍ଡଳ ସଭାପତି ଉମେଶ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ଜେନା, ଜିଳ୍ଲା ସଂପାଦିକା ହେମ ମଞ୍ଜରୀ ଭଞ୍ଜଦେଓ, ମୃତ୍ୟୁଞ୍ଜୟ ଜେନା, ଚିନ୍ମୟ ମଲ୍ଲିକ, ତପନ ଲେଙ୍କା, ମଣ୍ଡଳ ସାଧାରଣ ସଂପାଦକ ସୁବାସ ଚନ୍ଦ୍ର ମହାନ୍ତି, ବାବୁଲି ପୁର୍ତ୍ତି, ଚିନ୍ମୟୀ ପୂର୍ତ୍ତି, ସନ୍ତୋଷ ବେହେରା, ମାନସ ଦଳେଇ, ରଞ୍ଜନ ସେନାପତି, ସମୀର ପ୍ରଧାନ, ସୁଶାନ୍ତ ସ୍ୱାଇଁ ପ୍ରମୁଖ କାଯ୍ୟକ୍ରମରେ ଯୋଗଦେଇଥିଲେ।
Comments are closed.