ଆମେ ଜାଣିବା ଓ ଜିଣିବା କାର୍ଯ୍ୟକ୍ରମ 

କଳାପଥର : ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ବରପୁଟ  ପଂଚାୟତର ପଶାଣିଆ ସେବାଶ୍ରମ ବିଦ୍ୟାଳୟ ପରିସରରେ ପିତା ମାତା ସହ ଭାଗିତା ବା ଆମେ ଜାଣିବା ଓ ଜିଣିବା  କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି  କାର୍ଯ୍ୟକ୍ରମରେ ଶିକ୍ଷକ ଉମାକାନ୍ତ ବେହେରା ଙ୍କ ସଂଯୋଜନାରେ ପଶାଣିଆ  ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ସାହୁ  ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି  ଭାବେ ସରପଞ୍ଚ ଅଶୋକ କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ମଙ୍ଗଳ ସମ୍ପ୍ରସାରଣ  ଅଧିକାରୀ ସସ୍ମିତା ସ୍ଵାଇଁ,ସାନମାନିତ ଅତିଥି  ଭାବେ ଚଣ୍ଡିପୁର  ବିଦ୍ୟାଳୟ ପ୍ରଧାନ  ଶିକ୍ଷକ ବିଜୟ କୁମାର ମାଝୀ, ଅଧ୍ୟାପକ ସୁଧଂଶୁ ଶେଖର ପ୍ରଧାନ, ପ୍ରଧାନ ଶିକ୍ଷୟତ୍ରୀ ମିଲି ନାଏକ ,ସମିତି ସଭ୍ୟା ମମତା ଦେହୁରୀ, ସିଆରସି ପ୍ରଫୁଲ କୁମାର ମହାପାତ୍ର , ପରିଚାଳନା କମିଟିର ସଭପତି ବାବୁଲି ବେହେରା ଓ ପୁରାତନ ଛାତ୍ର ସଂସଦର ସଭାପତି ଦୁଃଶାସନ ପ୍ରଧାନ  ଯୋଗଦେଇ ବିଦ୍ୟାଳୟ ସୁପରିଚାଳନା ପାଇଁ ପିତା ମାତା ଓ ଅଭିଭାବକଙ୍କ ଦାୟିତ୍ୱ, କର୍ତ୍ତବ୍ୟ, ସହାଭାଗିତା ଓ ସହଯୋଗ ବିଷୟରେ ଆଲୋଚନା କରିଥିଲେ । ଅଭିଭାବକ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ନିଜ ମତାମତ ବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଷଣ  କରାଯାଇଥିଲା। ଶେଷରେ ବିଭିନ୍ନ ବିଭାଗର  କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Comments are closed.