www.samajalive.in
Wednesday, December 10, 2025
26.1 C
Bhubaneswar

ଆଜି ତୃତୀୟ ଦିନିିକିଆ – ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟରେ ଭାରତ

ରାଜକୋଟ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମ୍ୟାଚ ବୁଧବାର ରାଜକୋଟରେ ଖେଳାଯିବ। ବିଶ୍ବକପ ପୂର୍ବରୁ ଉଭୟ ଦଳ ନିଜର ଶେଷ ଦିନିକିଆ ମ୍ୟାଚ ଖେଳିବେ। ଘରୋଇ ଭାରତ ୨-୦ରେ ଆଗୁଆ ରହି ଶୃଙ୍ଖଳା ଜିତି ସାରିଛିା ଦଳ ନିକଟରେ ଶୃଙ୍ଖଳା ମୂଳପୋଛ କରିବା ନେଇ ବଡ ସୁଯୋଗ ରହିଛି। ଦୁଇ ଦଳ ବିଶ୍ବକପ ପୂର୍ବରୁ ଶେଷ ମ୍ୟାଚ ଖେଳୁଥିବାରୁ କିଛି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେବାର ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ଦୁଇ ମ୍ୟାଚରୁ ବିଶ୍ରାମ ନେଇଥିବା ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମ୍‌ରା ଓ କୁଳଦୀପ୍‌ ଯାଦବ ଅନ୍ତିମ ମ୍ୟାଚ ଲାଗି ଦଳକୁ ଫେରିଛନ୍ତି। ଭାରତ ପ୍ରଥମ ଦିନିକିଆକୁ ୫ ୱିକେଟରେ ଓ ଦ୍ବିତୀୟ ଦିନିକିଆକୁ ୯୯ରନରେ ଜିତି ଶୃଙ୍ଖଳା ଜିତି ସାରିଛି।

ପ୍ରଥମ ଦୁଇ ମ୍ୟାଚରେ ଭାରତ ବ୍ୟାଟିଂ ଓ ବୋଲିଂରେ ଆଶାଜନକ ପ୍ରଦର୍ଶନ କରିଥିଲା। ଶୁବମାନ ଗିଲ୍‌ ୨ଟି ମ୍ୟାଚରୁ ୭୪ ଓ ୧୦୪, ଶ୍ରେୟାସ ଆୟର ୩ ଓ ୧୦୫, ସୂର୍ଯ୍ୟକୁମାର ଯାଦବ ୭୨ ଓ ୫୦ରନ, ଲୋକେଶ ରାହୁଲ ୫୨ ଓ ୫୮ରନ କରିଥିଲେ। ଗିଲ୍‌, ରାହୁଲ, ଶ୍ରେୟାସ ଓ ସୂର୍ଯ୍ୟକୁମାର ନିଜର ଦକ୍ଷତା ମୁତାବକ ପ୍ରଦର୍ଶନ କରିଛନ୍ତି ା ଅନ୍ୟମାନଙ୍କ ମଧ୍ୟରେ ଈଶାନ କିଷନ ୧୮ ଓ ୩୧ରନ କରିଥିଲେ। ଶେଷ ଦିନିକିଆରେ ଗିଲ୍‌ଙ୍କୁ ବିଶ୍ରାମ ଦିଆଯାଇ ରୋହିତ ଶର୍ମା ଖେଳିବେ। ଶ୍ରେୟାସ ଆୟର ଓ ସୂର୍ଯ୍ୟକୁମାର ଯାଦବ ଭଲ ପ୍ରଦର୍ଶନ କରୁଥିବାରୁ ବିଶ୍ବକପରେ ଉକ୍ତ ଦୁଇ ଖେଳାଳିଙ୍କ ମଧ୍ୟରୁ କିଏ ଖେଳିବ ତାହାକୁ ନେଇ ମଧ୍ୟ ବଡ ସମସ୍ୟା ସୃଷ୍ଟି ହୋଇଛି। ଦୁଇ ଖେଳାଳି ଶେଷ ଦିନିକିଆରେ ମଧ୍ୟ ଖେଳିବେ। ୱିକେଟରକ୍ଷକ ଭାବେ ରାହୁଲ ଓ ଈଶାନ କିଷନ ଖେଳିବାର ସମ୍ଭାବନା ରହିଛି।

- Advertisement -

ବୋଲିଂ ବିଭାଗରେ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଖେଳିବାବେଳେ ମହମ୍ମଦ ସାମି ଓ ସାର୍ଦୁଳ ଠାକୁରଙ୍କୁ ବିଶ୍ରାମ ମିଳିବାର ସମ୍ଭାବନା ରହିଛି। ଜାଡେଜାଙ୍କ ସ୍ଥାନରେ କୁଳଦୀପ୍‌ ଯାଦବ ଶେଷ ମ୍ୟାଚ ଖେଳିବା ଆଶା କରାଯାଉଛି। ସେହିପରି ଅଷ୍ଟ୍ରେଲିଆ ପ୍ରଥମ ଦୁଇ ମ୍ୟାଚରେ ପରାଜିତ ହୋଇଥିବାରୁ ଶେଷ ଦିନିକିଆରେ ପୂର୍ଣ୍ଣ ଦକ୍ଷତାର ସହିତ ଓହ୍ଲାଇପାରେ। ଶୃଙ୍ଖଳାରେ ପ୍ରଥମ ଦୁଇ ମ୍ୟାଚରେ ଡେଭିଡ୍‌ ୱାର୍ଣ୍ଣରଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ସଫଳ ହୋଇ ପାରିନାହାନ୍ତି। ଅନ୍ତିମ ମ୍ୟାଚରେ ଗ୍ଲେନ ମ୍ୟାକ୍ସୱେଲ ଖେଳିବେ। ମ୍ୟାକ୍ସୱେଲ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ପ୍ରଥମ ଦୁଇ ଦିନିକିଆରୁ ବାଦ୍‌ ପଡିଥିଲେ ା ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାରୁ ଖେଳିବା ନେଇ ଆଶା କରାଯାଉଛି। ଷ୍ଟାର୍କ ଓ ମ୍ୟାକ୍ସୱେଲ ମଙ୍ଗଳବାର ଅଭ୍ୟାସ କରିଥିଲେ। ଷ୍ଟିଭ୍‌ ସ୍ମିଥ୍‌, କାମେରୁନ ଗ୍ରୀନ, ମିଚେଲ ମାର୍ଶ, ଆଲେକ୍ସ କେରୀ ମଧ୍ୟ ଆଶା ଅନୁଯାୟୀ ବ୍ୟାଟିଂ କରିପାରିନାହାନ୍ତି। ବୋଲିଂରେ ମଧ୍ୟ ଦଳ ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିପାରିନାହିଁ। ସେନ୍‌ ଆବର୍ଟ ଓ ଜୋଶ ହାଜେଲଉଡ୍‌ ପ୍ରଥମ ଦୁଇ ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଆଡାମ ଜାମ୍ପା ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କୁ ଚାପରେ ପକାଇବାରେ କିଛି ମାତ୍ରାରେ ସଫଳ ହୋଇଥିଲେ। ଷ୍ଟାର୍କ ଫେରିବା ପରେ ଦଳ ଦ୍ରୁତ ବୋଲିଂ ବିଭାଗ ଶକ୍ତିଶାଳୀ ହେବା ନେଇ ଆଶା କରାଯାଉଛି। ବିଶ୍ବକପ ପୂର୍ବରୁ ଅଷ୍ଟ୍ରେଲିଆ କ୍ରମାଗତ ଦୁଇଟି ଶୃଙ୍ଖଳା ଦକ୍ଷିଣ ଆଫ୍ରିକା ଓ ଭାରତ ନିକଟରୁ ପରାଜିତ ହୋଇଛି। ଶେଷ ଦିନିକିଆକୁ ଜିତି ମାନସିକସ୍ତରରେ ମନୋବଳ ଦୃଢ କରିବା ନେଇ ଅଷ୍ଟ୍ରେଲିଆ ଉଦ୍ୟମ କରିବ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories