www.samajalive.in
Monday, December 15, 2025
24.1 C
Bhubaneswar

କଦଳୀ ପତ୍ରରେ ଖାଦ୍ୟ ଖାଇଲେ ବୃଦ୍ଧି ହୁଏ ଆୟୁଷ

ଭୋଜନ କରିବା ପୂର୍ବରୁ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ହୁଏତ ସଭିଏଁ ଏହା ଜାଣିନଥିବେ। ଯାହାର ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡିଥାଏ।
୧- ଦକ୍ଷିଣ ହସ୍ତରେ ଭୋଜନ..
ହିନ୍ଦୁଧର୍ମରେ ଭୋଜନକୁ ଯଜ୍ଞ ସହ ତୁଳନା କରାଯାଇଛି। ତେଣୁ ଯଜ୍ଞ ସର୍ବଦା ଦକ୍ଷିଣ ହସ୍ତରେ କରିବା ଦ୍ୱାରା ହିଁ ଏହାର ପ୍ରକୃତ ମହତ୍ତ୍ୱ ସାଧିତ ହୋଇଥାଏ। ତେଣୁ ଦକ୍ଷିଣ ହସ୍ତରେ ଖାଦ୍ୟ ଖାଇବା ଦ୍ୱାରା ମନ ଓ ଶରୀରକୁ ଶାନ୍ତି ପ୍ରାପ୍ତି ହୋଇଥାଏ।
ଦକ୍ଷିଣ ହସ୍ତକୁ ସୂର୍ୟ୍ୟ ନାଡ଼ିର ପ୍ରତିନିଧତ୍ୱ କୁହାଯାଇଥାଏ। ଏହି ହସ୍ତରେ ଭୋଜନ କରିବା ଦ୍ୱାରା ଶରୀରକୁ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଖାଦ୍ୟ ସଠିକ୍‍ ଭାବେ ହଜମ ହୋଇଥାଏ।
ଏହି ହସ୍ତରେ ଖାଦ୍ୟ ଖାଇବା ପରେ ମଧ୍ୟ ଶାନ୍ତି ଅନୁଭବ ହୋଇଥାଏ ବୋଲି କୁହାଯାଏ।
ଶାସ୍ତ୍ର ଅନୁଯାୟୀ ଏହି ହସ୍ତରେ ଖାଦ୍ୟ ଖାଇବା ଦ୍ୱାରା ଶରୀର ସଂପୂର୍ଣ ଭାବେ ଖାଦ୍ୟ ଗ୍ରହଣ କରିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।
୨- ଶାସ୍ତ୍ର ଅନୁଯାୟୀ, ଭୋଜନ ଥାଳିରେ କଦାପି ଏକାସହ ୩ଟି ରୁଟି ରଖି ଖାଆନ୍ତୁ ନାହିଁ । ଏକାସହ ୩ଟି ରୁଟି ମଧ୍ୟ ପରଷନ୍ତୁ ନାହିଁ । କୌଣସି ଶୁଭ କାର୍ୟ୍ୟରେ ୩ ଅଙ୍କ ବିଶିଷ୍ଟ ଜିନିଷ ବାରଣ କରାଯାଇଥାଏ । ଭୋଜନ ମଧ୍ୟ ଶୁଭ। ତେଣୁ ଏକାସହ ୩ ସଂଖ୍ୟାରେ ପରଷା ଯିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ ।
ଭୋଜନ କରିବା ପୂର୍ବରୁ ୨ ହାତ, ଗୋଡ, ମୁହଁକୁ ଭଲ ଭାବେ ଧୋଇ ଭୋଜନ କରିବା ଉଚିତ।

୩- କଦଳୀ ପତ୍ରକୁ ପୁରାଣରେ ସୁନାର ଥାଳି କୁହାଯାଇଛି । କଦଳୀ ପତ୍ରରେ ଖାଇବା ଦ୍ୱାରା ଆୟୁଷ ବଢ଼ିଥାଏ ବୋଲି ପୁରାଣରେ କୁହାଯାଇଛି। ଭଗବାନଙ୍କ ନିକଟରେ ଏହି ପତ୍ରରେ ଭୋଗ ଲଗାଯାଉଥିବାରୁ ଏଥିରେ ଖାଇବା ଦ୍ୱାରା ଧାର୍ମିକ ଭାବନା ସୃଷ୍ଟି ହୋଇଥାଏ। ଖାଦ୍ୟ ଅଧିକ ସ୍ୱାଦିଷ୍ଟ ଲାଗିଥାଏ।କଦଳୀ ପତ୍ରରେ ବହୁ ପ୍ରକାର ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଯାହା ବହୁ ପତ୍ର ବିଶିଷ୍ଟ ଶାଗରୁ ମିଳିଥାଏ। ତେଣୁ ଏହି ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ଆମକୁ ବିଭିନ୍ନ ଆଣ୍ଟି-ଅକ୍ସିଡ଼ାଣ୍ଟ ମିଳିଥାଏ। ଯାହା ଆମ ତ୍ୱଚା ପାଇଁ ଖୁବ ଲାଭଦାୟକ। ଖାଦ୍ୟ ଗରମ ଥିବା ସମୟରେ ଏହାକୁ କଦଳୀ ପତ୍ରରେ ଖାଇବା ଦ୍ୱାରା ଏହି ପତ୍ରରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟକୁ ଆସିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ। ମାନସିକ ଶାନ୍ତି ମିଳିଥାଏ। ଖାଦ୍ୟ ଖାଇବା ମାତ୍ରେ ଏକ ଭିନ୍ନ ଆତ୍ମସନ୍ତୋଷ ଲାଭ ହୋଇଥାଏ। ନିୟମିତ କଦଳୀ ପତ୍ରରେ ଖାଦ୍ୟ ଖାଇଲେ କେଶ ସୁନ୍ଦର ଓ ଘନ ହୋଇଥାଏ। ଏଥିରେ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଯଥା କୋଷ୍ଠକାଠିନ୍ୟ, ଏସିଡ଼ିଟି, ବଦହଜମି ଆଦି ଦୂର ହୋଇଥାଏ।

- Advertisement -

ସାମ୍ନାକୁ ଆସିଲା ରାଜକୀୟ ବିବାହର ଝଲକ୍‌; ପ୍ରଶଂସକଙ୍କ ମନ ମୋହୁଛି ପରିଣୀତି-ରାଘବ ଯୋଡ଼ି

୪-ଭୋଜନ କରିବା ପୂର୍ବରୁ ଦେବାଦେବୀଙ୍କୁ ସ୍ମରଣ କରିବା ଉଚିତ। ଏହାସହ ଭୋଜନରୁ କିଛି ଅଂଶ ଗାଈ, କାଉ ଅଥବା କୁକୁରଙ୍କୁ ମଧ୍ୟ ଦେବା ଉଚିତ। ସର୍ବଦା ପୂର୍ବ ଅଥବା ଉତ୍ତର ଦିଗକୁ ମୁହଁ କରି ଖାଦ୍ୟ ଖାଇବା ଉଚିତ। ଭୋଜନର ଥାଳିକୁ ସର୍ବଦା ସମତଳ ସ୍ଥାନ, ଆସନ, ଟେବୁଲ ଉପରେ ସମ୍ମାନର ସହ ରଖନ୍ତୁ। ଖାଦ୍ୟ ଖାଇବା ସମୟରେ କଥାବାର୍ତ୍ତା କିମ୍ବା ଅନ୍ୟମନସ୍କ ହୁଅନ୍ତୁ ନାହିଁ।

୫- ଭୋଜନରେ ପ୍ରଥମେ ଯେକୌଣସି ତରକାରୀ ଖାଆନ୍ତୁ। ଏହାଦ୍ୱାରା ପାଚନତନ୍ତ୍ର ସୁସ୍ଥ ରହିଥାଏ। ଭୋଜନ ପ୍ରସ୍ତୁତ ହେବା ମାତ୍ରେ ପ୍ରଥମେ କିଛି ଅଗ୍ନିଙ୍କୁ ସମର୍ପଣ କରନ୍ତୁ। ଭୋଜନ କରିବା ସମୟରେ ଖାଦ୍ୟ ପ୍ରତି ଯଥେଷ୍ଟ ସମ୍ମାନ, ଖୁସି ଓ ଶାନ୍ତିରେ ଖାଇବା ଉଚିତ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories