www.samajalive.in
Monday, December 15, 2025
24.1 C
Bhubaneswar

ସମ୍ବଲପୁରରେ ଶିକ୍ଷା ରଥକୁ ସ୍ୱାଗତ

ସମ୍ବଲପୁର : ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଭାରତ ଯାତ୍ରା ଶିକ୍ଷା ରଥ ସମ୍ବଲପୁର ଠାରେ ଗୁରୁବାର ପହଞ୍ଚିଛି। ସମ୍ବଲପୁର ଜିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ଥାନୀୟ ଜିଲା ସ୍କୁଲ ଛକ ଠାରେ ଏହାକୁ ସ୍ୱାଗତ କରାଯାଇଥିଲା। ଏହା ପରେ ସମ୍ବଲପୁରର ସାର୍ବଜନୀନ ପାଠାଗାର ଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ରୂପେ ରାମ ଅବତାର ପାଣ୍ଡେ, ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ବବୃବାହନ ଭୋଇ, ଜିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଜ୍ୟୋତ୍ସ୍ନାମୟୀ ଦାଶ, ଝରଣା ରାଣୀ ହରିପାଲ, ଅନୀତା ମେହେର, ଉପେନ୍ଦ୍ର ସ୍ୱାଇଁ, ମାଳା ଦଇରିଆ, ରଞ୍ଜିତା ସେଠ, ସୁଜାତା ସ୍ୱାଇଁ, ପ୍ରଫୁଲ୍ଲ ସାହୁ, ସୀତାରାଣୀ ବେହେରା, ନବୀନ ନ୍ଦ, ରଞ୍ଜୁବାଳା ପଟ୍ଟନାୟକ ସମେତ ଜିଲାର ବିଭିନ୍ନ ପ୍ରାନ୍ତରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ। ଏହି ରଥ ଭାରତର ଆସାମ, ପଶ୍ଚିମବଙ୍ଗ, ଓଡିଶା, ଝାରଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ତାମିଲନାଡି, କେରଳ, ପଣ୍ଡିଚେରୀ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ, ଜାମ୍ମୁ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଆଦି ରାଜ୍ୟ ଭ୍ରମଣ କରିବାର କାର୍ଯ୍ୟକ୍ରମ ସ୍ଥିରି ହୋଇଛି। ନୂତନ ପେନସନକୁ ବନ୍ଦ କରି ପୁରୁଣା ପେନସନ ଲାଗୁ କରିବା ଏହାର ମୁଖ୍ୟ ଲକ୍ଷ୍ୟ। କାର୍ଯ୍ୟକ୍ରମ ଶେଷରେ ରଞ୍ଜୁ ରାଣୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories