www.samajalive.in
Sunday, December 14, 2025
14.1 C
Bhubaneswar

ଅନ୍ତରୀଣ ଆଦେଶ ଉଠିବା ପରେ ନିର୍ବାଚନ ପ୍ରକ୍ରିୟା ବଳବତ୍ତର

କେନ୍ଦୁଝରଗଡ଼ :  ବହୁଚର୍ଚ୍ଚିତ ରାଜ୍ୟର ପ୍ରମୁଖ ବିତ୍ତଶାଳୀ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନ ହାଇକୋର୍ଟଙ୍କ ଆଦେଶ ମୁତାବକ ଜିଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରକାଶ ସହ ଅଗଷ୍ଟ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ମଧ୍ୟ ଶେଷ ସହ ସେପ୍ଟେମ୍ବର ୨୪ ତାରିଖରେ ନିର୍ବାଚନ ପାଇଁ ଘୋଷଣା ହୋଇଥିଲା। ତେବେ ଅତିରିକ୍ତ ଜିଲାପାଳଙ୍କ ଦ୍ୱାରା ପ୍ରକାଶିତ ଭୋଟର ତାଲିକାକୁ ଚ୍ୟାଲେଞ୍ଜ କରି ସଂଘ ସଦସ୍ୟ ଛବୀନ୍ଦ୍ର କୁମାର ଜେନା ହାଇକୋର୍ଟଙ୍କ ଦ୍ୱାରସ୍ଥ ପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତଲାପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ପକ୍ଷରୁ ଅଗଷ୍ଟ ୩୧ ତାରିଖରେ ଶୁଣାଣୀ ଆରମ୍ଭ ହୋଇ ନିର୍ବାଚନ ପ୍ରକ୍ରିୟା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ସେପ୍ଟମ୍ବର ୧୫ ତାରିଖରେ ଖଣ୍ଡପୀଠ ମାମଲାର ଚୂଡାନ୍ତ ଶୁଣାଣୀ କରି ଆବେଦନକାରୀ ତାଙ୍କ ଆବେଦନକୁ ପ୍ରତ୍ୟାହାର କରିବା ପରେ ମାମଲାକୁ ରଦ୍ଦ କରିବା ସହ ନିର୍ବାଚନ ପ୍ରକ୍ରିୟା ଉପରେ ଜାରି କରିଥିବା ରହିତାଦେଶକୁ ମଧ୍ୟ ଖାଲି କରିଥିବା ରାୟ ପ୍ରକାଶ ପାଇଛି। ଫଳରେ ନିର୍ବାଚନ ପ୍ରକ୍ରିୟା ବଳବତ୍ତର ରହିବା ସହ କିଭଳି ଚୂଡାନ୍ତ ପ୍ରାର୍ଥୀତାଲିକା ପ୍ରକାଶନ ସହ ଭୋଟଗ୍ରହଣ ତାରିଖ ପୁନଃ ଧାର୍ଯ୍ୟ କରାଯିବ ସେ ସମ୍ପର୍କରେ ଶୁକ୍ରବାର ଅପରାହ୍ନରେ ସଂଘ କାର୍ଯ୍ୟାଳୟରେ ସଂଘ ଉପଦେଷ୍ଟା କୈଳାଶ ଚନ୍ଦ୍ର ପଣ୍ଡା ଓ ଗୋପାଳ କୃଷ୍ଣ ପରିଡା ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ ବିଭୁତିଭୂଷଣ ପ୍ରଧାନ ଓ ତାଙ୍କ ସହଯୋଗୀଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଉପଦେଷ୍ଟା ଶ୍ରୀ ପରିଡା କହିଛନ୍ତି। ନିର୍ବାଚନ ପ୍ରକ୍ରିୟା ଉପରୁ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ଉଠିବା ପରେ ପୁଣିଥରେ ନିର୍ବାଚନ ପ୍ରକ୍ରିୟା ବଳବତ୍ତର ରହିବା ନେଇ ବିଶେଷକରି ବିଭିନ୍ନ ପଦ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କୁ ଆଶ୍ୱସ୍ତି ଆଣି ଦେଇଥିବା ବେଳେ ସଂଘର ଶତାଧିକ ସଦସ୍ୟ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories