www.samajalive.in
Monday, December 15, 2025
24.1 C
Bhubaneswar

ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର

ଦେବଗଡ଼: ବାରକୋଟ ଥାନା ମରଡଙ୍ଗ ଗ୍ରାମ ନିକଟସ୍ଥ ୨୩ ନମ୍ବର ଜାତୀୟ ରାଜପଥରେ ଗୁରୁବାର ୨ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୨ଟା ସମୟରେ ବାରକୋଟ ଥାନା ଅନ୍ତର୍ଗତ ବଲାଣି ଗ୍ରାମର କ୍ଷୀରେଶ୍ୱର ସାହୁଙ୍କ ପୁଅ ଚିନ୍ତାମଣି ସାହୁ ଓ ଦ୍ୱାରୀ ପ୍ରଧାନଙ୍କ ପୁଅ ସୋନୁ ପ୍ରଧାନ ଏକ ବାଇକ ଯୋଗେ କାଦୋପଡ଼ା ଅଭିମୁଖେ ଯାଉଥିଲେ। ସେମାନେ ୨୩ ନମ୍ବର ଜାତୀୟ ରାଜପଥର ମରଡଙ୍ଗ ଛକରେ ପହଞ୍ଚିବା ସମୟରେ ବଣାଇଁ ପଟୁ ବାରକୋଟ ଅଭିମୁଖେ ଆସୁଥିବା ଏକ ବାଇକ ସମ୍ମୁଖପଟୁ ଧକ୍କା ଦେଇଥିଲା। ଫଳରେ ଉକ୍ତ ବାଇକରେ ଆସୁଥିବା ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ପକ୍ଷରେ ଗୁରୁତର ଆହତ ଚିନ୍ତାମଣି ଓ ସୋନୁଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାରକୋଟ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଡାକ୍ତର ଚିନ୍ତାମଣିଙ୍କୁ ସେଠାରେ ମୃତ ଘୋଷଣା କରିବା ସହ ଗୁରୁତର ଆହତ ସୋନୁଙ୍କୁ ଅଧିକ ଚିକିତ୍ସା ପାଇଁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି। ସୂଚନା ପାଇ ବାରକୋଟ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ ଦ୍ୱୟକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏଥିସହ ମୃତଦେହ ଦ୍ୱୟକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ବଣାଇ ପଟୁ ଆସୁଥିବା ମୃତ ଯୁବକଙ୍କର ପରିଚୟ ବର୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories