www.samajalive.in
Monday, December 8, 2025
24.1 C
Bhubaneswar

ତେଜୁଛି ବିବାଦ: କାନାଡ଼ାରେ ଭାରତୀୟ ଭିସା ସେବା ବନ୍ଦ

ନୂଆଦିଲ୍ଲୀ: ବଢିବାରେ ଲାଗିଛି ଭାରତ-କାନାଡ଼ା କୂଟନୈତିକ ବିବାଦ। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ପଛରେ ଭାରତର ହାତ ଥିବା କାନାଡ଼ା କହିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଯାଇଛି। ଇତି ମଧ୍ୟରେ ଭାରତ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। କାନାଡା ନାଗରିକ ଆଜିଠାରୁ ଆଉ ଭାରତ ଆସିପାରିବେ ନାହିଁ। କାରଣ ପରବର୍ତ୍ତୀ ବିଜ୍ଞପ୍ତି ଜାରି ହେବା ପର୍ଯ୍ୟନ୍ତ କାନାଡ଼ାରେ ଭାରତୀୟ ଭିସା ସେବା ବାତିଲ କରାଯାଇଛି। ଭାରତ ଆସିବା ପାଇଁ ଉପଲବ୍ଧ ହେଉଥିବା ଭିସା ବ୍ୟବସ୍ଥାକୁ ଗୁରୁବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସରକାର ବାତିଲ କରି ଦେଇଛନ୍ତି।

କାନାଡା ନାଗରିକଙ୍କ ଭିସା ଆବେଦନଗୁଡ଼ିକର ପ୍ରାରମ୍ଭିକ ଯାଞ୍ଚ ପାଇଁ ନିୟୋଜିତ ଘରୋଇ ସଂସ୍ଥା ବିଏଲଏସ୍‌ ଇଣ୍ଟରନେସନାଲ ପକ୍ଷରୁ କୁହାଯାଇଛି ଯେ, ପରିଚାଳନାଗତ କାରଣ ପାଇଁ ସେପ୍ଟେମ୍ବର ୨୧, ୨୦୨୩ରୁ ପରବର୍ତ୍ତୀ ବିଜ୍ଞପ୍ତି ଜାରି ହେବା ପର୍ଯ୍ୟନ୍ତ ଭାରତୀୟ ଭିସା ସେବା ବାତିଲ କରାଯାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories