www.samajalive.in
Monday, December 15, 2025
24.1 C
Bhubaneswar

ଓଡ଼ିଆ ଆଇଏଏସ ଅଧିକାରୀଙ୍କୁ ପଶ୍ଚିମବଙ୍ଗରେ ନିର୍ଯାତନା

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଜଣେ ଓଡ଼ିଆ ଆଇଏଏସ ଅଧିକାରୀଙ୍କୁ ସେଠାକାର ପୁଲିସ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ  ଓଡ଼ିଆ ଆଇଏଏସ ଅଫିସର ସ୍ମୃତିରଂଜନ ମହାନ୍ତି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି। ବୀରଭୂମ ଜିଲ୍ଲାର ରାମପୁରହାଟରେ ସବ୍-ଡିଭିଜିନାଲ୍ ଅଫିସର ଭାବେ କାର୍ଯ୍ୟରତ ସ୍ମୃତିରଂଜନଙ୍କୁ ରାମପୁରହାଟ ଥାନାରେ ଏସଡ଼ିପିଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।

ସବ୍-ଡିଭିଜନାଲ ଅଫିସର ଭାବେ ସେ ରାମପୁରହାଟ ଥାନା ଅନୁଧ୍ୟାନ କରିବାକୁ ଯାଇଥିବା ବେଳେ ତାଙ୍କୁ ଥାନାରେ ତାଲା ପକାଇ ଦିଆଯାଇଥିଲା। ଥାନାରେ ଦୀର୍ଘ ସମୟ ଅଟକ ରଖାଯାଇଥିଲା।  ଥାନା ଅନୁଧ୍ୟାନର ଅଧିକାର କିଏ ଦେଲା କହି ଏସଡିପିଓ ତାଙ୍କୁ ଅପମାନ ଦେଇଥିଲେ। ଏହାବ୍ୟତିତ ତାଙ୍କ ସହ ଥିବା ଉପଜିଲ୍ଲାପାଳ ତଥା ସହଯୋଗୀଙ୍କ ଫୋନ୍‌ ମଧ୍ୟ ଛଡ଼ାଇ ନିଆଯାଇଥିଲା। ତେବେ ବୀରଭୂମ ଜିଲ୍ଲପାଳଙ୍କ ହସ୍ତକ୍ଷେପ ପରେ ସ୍ମୃତିରଂଜନଙ୍କୁ ଥାନାରୁ ଛଡ଼ାଯାଇଥିଲା। ଏ ସଂପର୍କରେ ସେ ବିସ୍ତୃତ ଭାବେ ରାଜ୍ୟ ଶାସନ ସଚିବ ଓ ଗୃହ ସଚିବଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି।

- Advertisement -

ସ୍ମୃତିରଂଜନ ଏବେ ବୀରଭୂମ ଜିଲ୍ଲାର ରାମପୁରହାଟରେ ସବ୍-ଡିଭିଜିନାଲ୍ ଅଫିସର ଭାବେ କାର୍ଯ୍ୟ କାର୍ଯ୍ୟରତ ଅଛନ୍ତି।  ଏହି ଘଟଣାର ତଦନ୍ତ ସହ ସଂପୃକ୍ତ ଏସଡିପିଓଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories