ଘର ଝାଡିବା ସମୟରେ ମିଳିଲା ୧୨.୮ କୋଟି ଟଙ୍କାର ଲଟେରୀ ଟିକେଟ
ନ୍ୟୁୟର୍କ .- ଭ୍ୟାଗ ଦେବୀ କେତେବେଳେ କାହାକୁ କେମିତି ପ୍ରସନ୍ନ ହୁଅନ୍ତି ତାହା କହି ହେବନି । କଥାରେ ଅଛି ଉପରବାଲା ଯେତେବେଳେ ଦିଅନ୍ତି ଛପର ଫାଡିକି ଦିଅନ୍ତି । ଏପରି ଏକ ଘଟଣା ଆମେରିକାରେ ଘଟିଛି । ହାରୋଲ୍ଡ ଓ ଟିନା ହେର୍ଣ୍ଣବର୍ଗଙ୍କ କ୍ଷେତ୍ରରେ ଏହି ଘଟଣା ଘଟିଛି ।
ଟିନା ଓ ହାର୍ଲୋଡ ବେଳେ ବେଳେ ଲଟେରୀ ଟିକେଟ କିଣନ୍ତି । ସେମାନେ ଏକ ଲଟେରୀ ଟିକେଟ୍ କିଣିବା ପରେ ଏ ବିଷୟରେ ଭୁଲି ଯାଇଥଲେ । ପରେ ଘର ସଫା କରିବା ବେଳେ କେତେକ ଲଟେରୀ ଟିକେଟ ତାଙ୍କର ଘରର ଏକ କାନ୍ଥ ଥାକରେ ଥିବା ଦେଖିବାକୁ ପାଇଥିଲେ । ସେମାନେ ଟିକେଟ ସଂଖ୍ୟାସହ ଅନ୍ଲାଇନ୍ରେ ବିଜେତା ଟିକେଟର ସଂଖ୍ୟା ମିଳାଇଥିଲେ । ଏହାପରେ ଗୋଟିଏ ଟିକେଟ ସମ୍ପୂର୍ଣ୍ଣ ଭାବେ ବିଜେତାଙ୍କ ସଂଖ୍ୟା ସହ ମିଶି ଯାଉଥିବା ଦେଖିଥିଲେ । ଏହା ଆଉ ୨ ସପ୍ତାହ ପରେ କାମ ଦେଇ ନଥାନ୍ତା । ଏହି ଟିକେଟ ୧୮୦ ଦିନ ପାଇଁ କାର୍ଯ୍ୟକାରୀ ଥିଲା । ସେମାନେ ଟିକେଟକୁ ନେଇ ସମ୍ପୃକ୍ତ ସଂସ୍ଥାରେ ଦେବା ପରେ ତାଙ୍କୁ ୧.୮ ମିଲିୟନ ଆମେରିକୀୟ ଡଲାର ବା ଭାରତୀୟ ମୁଦ୍ରାରେ ୧୨.୮ କୋଟି ଟଙ୍କା ମିଳିଛି ।