www.samajalive.in
Tuesday, December 9, 2025
16.1 C
Bhubaneswar

ନେପାଳୀ ପ୍ରେମିକାଙ୍କୁ ହତ୍ୟା କଲେ ସେନାଧିକାରୀ

ଡେରାଡୁନ୍‌: ଜଣେ ୪୨ ବର୍ଷୀୟ ସେନାଧିକାରୀ ନିଜ ୨୫ବର୍ଷୀୟା ପ୍ରେମିକାଙ୍କ ମହିଳାଙ୍କ ମୁଣ୍ଡକୁ ହାତୁଡ଼ିରେ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ମହିଳାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ରାସ୍ତାକଡ଼ରେ ଫିଙ୍ଗି ଦେଇଥିଲେ ସେନାଧିକାରୀ।

http://ସଂସଦ ଭବନ କର୍ମଚାରୀଙ୍କ ପାଇଁ ନୂଆ ୟୁନିଫର୍ମ

- Advertisement -

ଡେରାଡୁନ୍‌ରେ କାର୍ଯ୍ୟରତ ଲେଫଟନାଣ୍ଟ କ​‌େ​‌ର୍ଣ୍ଣଲ ରାମେନ୍ଦୁ ଉପାଧ୍ୟୟ ପୂର୍ବରୁ ବିବାହିତ। ତେବେ ପଶ୍ଚିମବଙ୍ଗରେ ଥିବାବେଳେ ତାଙ୍କର ସିଲିଗୁଡ଼ି ବାସିନ୍ଦା ଜଣେ ୨୫ ବର୍ଷୀୟା ମହିଳାଙ୍କ ସହ ଅନୈତିକ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପଶ୍ଚିମବଙ୍ଗରୁ ଗତ ଜୁଲାଇରେ ରାମେନ୍ଦୁଙ୍କର ଡେରାଡୁନ୍‌କୁ ବଦଳି ​‌େ​‌ହାଇଥିଲା। ରାମେନ୍ଦୁ ସଂପୃକ୍ତ ମହିଳାଙ୍କୁ ଡେରାଡୁନ୍ ଆଣି ଏକ ଭଡ଼ା ଘରେ ରଖିଥିଲେ। ରାମେନ୍ଦୁଙ୍କ ପତ୍ନୀ ଏହି କଥା ଜାଣି ପାରିଥିଲେ। ସିଲିଗୁଡ଼ାର ମହିଳାଜଣକ ରାମେନ୍ଦୁଙ୍କ ଉପରେ ବିବାହ ପାଇଁ ଚାପ ପ୍ରୟୋଗ କରି ଆସୁଥିଲେ। ଏପରିକି ସଂପୃକ୍ତ ମହିଳା ଓ ରାମେନ୍ଦୁଙ୍କ ପତ୍ନୀଙ୍କ ମଧ୍ୟରେ ବହୁବାର ଯୁକ୍ତିତର୍କ ହୋଇଥିଲା। ଏପରି ସ୍ଥିତିରେ ମହିଳାଜଣଙ୍କୁ ନିଜ ରାସ୍ତାରୁ ହଟାଇବାକୁ ରାମେନ୍ଦୁ ଯୋଜନା କରିଥିଲେ। ଯୋଜନା ଅନୁଯାୟୀ ଗତ ଶନିବାର ରାତିରେ ମହିଳାଙ୍କୁ ନେଇ ସେନାଧିକାରୀ ଜଣକ ଡେରାଡୁନ୍ ନିକଟରେ ଥିବା ଥାନୋ ଜଙ୍ଗଲକୁ ନେଇ ହାତୁଡିରେ ତାଙ୍କ ମୁଣ୍ଡକୁ ପିଟି ହତ୍ୟା କରିଥିଲେ। ପରେ ମୃତଦେହ ରାସ୍ତାକଡ଼ରେ ପିଙ୍ଗି ଦେଇ ସେ ନିଜ ଘରକୁ ଚାଲି ଆସିଥିଲେ ବୋଲି ପୁଲିସ କହିଛି। ମହିଳାଙ୍କ ମୃତଦେହ ଦେଖି ସ୍ଥାନୀୟ ବାସିନ୍ଦା ପୁଲିସକୁ ଜଣାଇଥିଲେ। ପୁଲିସ ତଦନ୍ତ ଆରମ୍ଭ କରି ସିସିଟିଭି ଯାଞ୍ଚ କରିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories