www.samajalive.in
Monday, December 15, 2025
24.1 C
Bhubaneswar

ରାଜାଙ୍କୁ ରାଜକୀୟ ବେଶରେ ଅନ୍ତିମ ବିଦାୟ

ପାତ୍ରପୁର: ଗଞ୍ଜାମ ଜିଲ୍ଲାର ଖ୍ୟାତନାମା  ପ୍ରହଲ୍ଲାଦ ନାଟକ ଗୁରୁ ଖଲି ବେହେରାଙ୍କ  ପରଲୋକ ପରେ ରାଜା ବେଶରେ ସଜାଇ ଶ୍ମଶାନକୁ ନେଇ ସତ୍କାର କରାଯାଛି। ପାତ୍ରପୁର ବ୍ଳକ ଖରଣୀପଡ଼ା ଗ୍ରାମର ପ୍ରହ୍ଲାଦ ନାଟକ ଗୁରୁ ଖଲି ବେହେରାଙ୍କ ୭୫ ବର୍ଷ  ବୟସରେ  ପରଲୋକ ଘଟିଥିଲା। ମୃତ୍ୟୁ ଖବର ପ୍ରଚାରିତ ପରେ ଅଞ୍ଚଳର ବହୁ ଲୋକ ଶେଷ ଦର୍ଶନ ପାଇଁ ପହଁଚି ଥିଲେ। ରାଜା ବେଶରେ ସଜାଇ ତାଙ୍କୁ  ପଟୁଆରରେ ଗ୍ରାମ ସ୍ମଶାନକୁ  ନେଇ ସତ୍କାର କରାଯାଇ ଥିଲା।  ଓଡ଼ିଶାର ସୁନାମଧନ୍ୟ ପ୍ରହଲ୍ଲାଦ ନାଟକ ରେ ଲୀଳାବତୀ ଭାବେ କିଛି ବର୍ଷ ଅଭିନୟ କରିବା ପରେ ହିରଣ୍ୟ (ରାଜା ) ଅଭିନୟ କରୁଥିଲେ। ପରବର୍ତ୍ତୀ ସମୟରେ  ନିର୍ଦ୍ଦେଶକ ଭାବେ ତଲାସି ଙ୍ଗୀ,  ବାହାଡ଼ାଗୁଡା, ଚିକରଡା ସମେତ ଗଞ୍ଜାମ ଜିଲ୍ଲାର  ବିଭିନ୍ନ ଗ୍ରାମରେ  ପ୍ରହଲ୍ଲାଦ ନାଟକରେ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଦୀର୍ଘଦିନ ଧରି ସେ  ମଧୁମେହ ରୋଗରେ ପୀଡିତ ଥିବାବେଳେ ଖରଣିପଡା ସ୍ଥିତ ପୈତୃକ ବାସଭବନରେ ଆଜି ସକାଳେ  ତାଙ୍କର ପରଲୋକ ଘଟିଥିଲା।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories