www.samajalive.in
Monday, December 15, 2025
27.1 C
Bhubaneswar

ଦ୍ଵୈତ ନଗରୀରେ ଭାରୀଯାନ ପ୍ରବେଶ କଟକଣା, ସନ୍ଧ୍ୟା ୫ରୁ ସାଢ଼େ ୭ଟା ପଶିବନି ଟ୍ରକ୍‌

ଭୁବନେଶ୍ବର : ଦ୍ଵୈତ ନଗରୀରେ ଟ୍ରାଫିକ୍‌ ଯନ୍ତ୍ରଣା ସାଧାରଣ ଲୋକଙ୍କ ଲାଗି ମୁଣ୍ଡବିନ୍ଧାର କାରଣ ପାଲଟିଛି। କେବଳ ସହର ଭିତର ରାସ୍ତା ନୁହେଁ, ଜାତୀୟ ରାଜପଥରେ ବି ଚକା ଗଡୁନି। ସକାଳ ୯ରୁ ପୂର୍ବାହ୍ଣ ୧୧ଟା ଆଉ ଅପରାହ୍ଣ ୪ରୁ ରାତି ସାଢ଼େ ୯ଟା ଯୁଆଡ଼େ ଗଲେ ସିଆଡ଼େ ଟ୍ରାଫିକ୍‌ ସମସ୍ୟା ଭିତରେ ଲୋକେ ଫସୁଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଛି, ଅସମ୍ଭାଳ ଭିଡ଼ ହେବ। ଏହାକୁ ଦୃଷ୍ଟିରେ ରଖି ଭାରିଯାନ ପ୍ରବେଶ ଉପରେ କମିସନରେଟ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ସନ୍ଧ୍ୟା ୫ରୁ ସାଢ଼େ ୭ଟା ମଧ୍ୟରେ ସହର ମଧ୍ୟ ଜାତୀୟ ରାଜପଥରେ ଭାରିଯାନ ଚଳପ୍ରଚଳ କରିପାରିବ ନାହିଁ ବୋଲି ପୁଲିସ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ସମୟ ମଧ୍ୟରେ ରାଜଧାନୀର ଆଇଗିଣିଆ ଛକଠାରୁ ହଂସପାଳ ଛକ, ସେହିପରି କଟକ ମଧୁପାଟଣା ଛକଠାରୁ ଶିଖରପୁର ଛକ ପର୍ଯ୍ୟନ୍ତ ଭାରିଯାନ ପ୍ରବେଶ କରିପାରିବ ନାହିଁ। ଜରୁରୀକାଳୀନ ସେବା ଗାଡ଼ି ଯାତାୟାତ କରିପାରିବ। ଏହି ସମୟ ମଧ୍ୟରେ ଏସବୁ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଦେଖା ଦେଉଛି। ସାଧାରଣ ଲୋକେ ଯାତାୟାତ କରିବା କଷ୍ଟକର ହେଉଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଏପରି କଟକଣା କରାଯାଇଛି। ଅନ୍ୟପଟେ ସହର ମଧ୍ୟ ଜାତୀୟ ରାଜପଥର ପିତାପଲ୍ଲୀଠାରୁ କଟକ ଗୋପାଳପୁର ଛକ ପର୍ଯ୍ୟନ୍ତ ସକାଳ ୮ରୁ ରାତି ୧୦ଟା ପର୍ଯ୍ୟନ୍ତ ଭାରିଯାନ ପ୍ରବେଶ ଉପରେ କଟକଣା କରାଯାଇଥିଲା। ଏହି ଗାଡ଼ିଗୁଡ଼ିକ ପିତାପଲ୍ଲୀଠାରୁ ଚନ୍ଦକା ଦେଇ ଗୋପାଳପୁରରେଠାରେ ବାହାରୁଥିଲେ। ଗତ କିଛି ବର୍ଷ ହେବ ସହର ମଧ୍ୟ ଜାତୀୟ ରାଜପଥରେ ସମସ୍ତ ଗାଡ଼ି ଚଳାଚଳ କରୁଛି। ଜାତୀୟ ରାଜପଥର ଅଧାପନ୍ତରିଆ ନିର୍ମାଣ କାର୍ଯ୍ୟ ଯୋଗୁଁ ଏକାଧିକ ସ୍ଥାନରେ ରାସ୍ତା ସଙ୍କୁଚିତ ଅବସ୍ଥାରେ ରହିଛି। ସେହିସବୁ ସ୍ଥାନରେ ଟ୍ରାଫିକ୍‌ ସମସ୍ୟା ନକହିଲେ ଭଲ। ଅଧା କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଅଧଘଣ୍ଟା ଲାଗୁଛି। ଏହାରି ଭିତରେ ଜରୁରୀକାଳୀନ ସେବା ଗାଡ଼ି ଫସି ରହିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏଭଳି ପରିସ୍ଥିତିରେ ମାତ୍ର ଅଢ଼େଇ ଘଣ୍ଟାର କଟକଣା ଟ୍ରାଫିକ୍‌ ସମସ୍ୟାକୁ କେତେ ଦୂର ଲାଘବ କରିବ ସେନେଇ ପ୍ରଶ୍ନ ଉଠିଛି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories