ବେଦ ବିଦ୍ୟାଳୟରେ ଉପା କର୍ମ ଓ ସଂସ୍କୃତ ଦିବସ ପାଳିତ
କେନ୍ଦୁଝରଗଡ଼: କେନ୍ଦୁଝର ପୁରୁଣାବଜାର ସିଦ୍ଧମଠସ୍ଥିତ ବେଦ ବିଦ୍ୟାଳୟ ପକ୍ଷରୁ ଶ୍ରାବଣ ପୂର୍ଣ୍ଣିମା ତିଥି ଓ ପବିତ୍ର ରକ୍ଷାବନ୍ଧନ ଅବସରରେ ଉପା କର୍ମ ଏବଂ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଡ.ବିଜୟ କୁମାର ପାଟ୍ଟଯୋଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉପା କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟ ପରିଚାଳନା ସମିତିର କର୍ମକର୍ତ୍ତା ଓ ସଦସ୍ୟବୃନ୍ଦଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଛାତ୍ରମାନଙ୍କ ପକ୍ଷରୁ ବେଦମନ୍ତ୍ର ଉଚ୍ଚାରଣ କରାଯାଇଥିଲା। ଏହି ଅବସରରେ ସମ୍ପାଦକ ନିମାଇଁ ଚରଣ ଦାଶ ବିଦ୍ୟାଳୟର ସମସ୍ତ ଛାତ୍ରଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିବା ବେଳେ ଛାତ୍ର ଓ ଅଧ୍ୟାପକଙ୍କ ଦ୍ୱାରା ପ୍ରାତଃ ସମୟରେ ବିଦ୍ୟାଳୟ ପରିସରରୁ ବୈଦିକ ଶୋଭାଯାତ୍ରା ବାହାରି ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଯାଇଥବଲା।
ଶାସ୍ତ୍ରୀୟ ପଦ୍ଧତିରେ ସନାତନ ବୈଦିକ ଧର୍ମ ଓ ସଂସ୍କୃତିର ପରମ୍ପରାକୁ ରକ୍ଷା ପାଇଁ ଶ୍ରାବଣୀ ବିଧି (ଉପା କର୍ମ) ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ପ୍ରଥମଥର ପାଇଁ ବିଶ୍ୱ ସଂସ୍କୃତ ଦିବସ ବିଦ୍ୟାଳୟ ପରିଚାଳନା ସମିତି ସଭାପତି କୈଳାଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଚାଳନା ସମିତି କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ଆଇନଜୀବୀ ଚର୍ତୁଭୁଜ ହୋତା ମୁଖ୍ୟଅତିଥି ଭାବେ ଯୋଗଦେଇ ସଂସ୍କୃତ ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଛାତ୍ରମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତି ସମ୍ପାଦକ ନିମାଇଁ ଚରଣ ଦାଶ, ଉପସଭାପତି ଇଂ ବସନ୍ତ କୁମାର ଦାନୀ, ଯୁଗ୍ମସମ୍ପାଦକ ଇଂ ହରମୋହନ ପଟ୍ଟନାୟକ, ସଦସ୍ୟ ଜ୍ଞାନରଞ୍ଜନ ମିଶ୍ର, ମଦନମୋନ ଦ୍ୱିବେଦୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ସହ ସଂସ୍କୃତି ରକ୍ଷା ଦିଗରେ ସଂସ୍କୃତ ଭାଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ମଧୁସୂଦନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂସ୍କୃତ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର କିଭଳି ବ୍ୟାପକ କରାଯାଇ ପାରିବ ସେ ନେଇ ଛାତ୍ରମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ସଂସ୍କୃତ ଭାଷାରେ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଟାର୍ଜନ ରଥ, ସ୍ୱସ୍ତିକ ସାହୁ ଓ ପିକୁନ ଆଚାର୍ଯ୍ୟ ଓ କଣ୍ଠସ୍ଥ ଗୀତା ପାଠ ପ୍ରତିଯୋଗିତାରେ ଟାର୍ଜନ ରଥ, ଅକ୍ଷୟ ଶତପଥୀ ଓ ଶୈଲଜନାଥ ପଣ୍ଡାଙ୍କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟସ୍ଥାନ ହାସଲ କରିଥିବାରୁ ମାନପତ୍ର ଦେଇ ସମ୍ବର୍ଦ୍ଧିିତ କରାଯାଇଥିଲା। ପଣ୍ଡିତ ମଧୁସୂଦନ ମିଶ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ଉପଢ଼ୌକନ ଓ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ଦେଇ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିିତ କରାଯାଇଥିଲା।
ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତି ଓ ଅଭିଭାବକ ଅଭିଭାବିକା ମାନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିବା ବେଳେ ବିଦ୍ୟାଳୟରେ ଉନ୍ନତମାନର ଶିକ୍ଷାଦାନ ଓ ଶୈକ୍ଷିକ ପରିବେଶ ନେଇ ଅଭିଭାବକ ଖୁସି ବ୍ୟକ୍ତ କରିଥିଲେ। ଶେେରେ ପରିଚାଳନା ସମିତି କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି, ଦୀନବନ୍ଧୁ ମହାକୁଡ, ବିଶିଷ୍ଟ ବ୍ୟବସାୟୀ ସୁଦର୍ଶନ ଦଳାଇ, ବିଦ୍ୟାଳୟ ବହୁ ଶୁଭେଛୁ, ଆଚାର୍ଯ୍ୟ ଶେଷଦେବ ପାଣିଗ୍ରାହୀ, ଆଶୁତୋଷ ମିଶ୍ର, ସୁଶାନ୍ତ କୁମାର ଆଚାର୍ଯ୍ୟ, ମିଲନ ପେରେଇ, ରୋହିତ ଜେନା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.