ପ୍ରଜାପିତା ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ଷାବନ୍ଧନ ଓ ସ୍ନେହମିଳନ ଉତ୍ସବ

କେନ୍ଦୁଝରଗଡ଼: ଡିଏନ ହାଇସ୍କୁଲ ସମ୍ମୁଖ ସାନ୍ତରାପୁରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ଶାଖା ପରିସରରେ ସେବାକେନ୍ଦ୍ର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ବିନ୍ଦୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୁଧବାର ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବାହ୍ନରେ ଶାଖାରେ ଶତାଧିକ ଭାଇଭଉଣୀ ଉପସ୍ଥିତ ରହି ପରଷ୍ପର ମଧ୍ୟରେ ପବିତ୍ର ରାକ୍ଷୀ ବାନ୍ଧିଥିଲେ। ଜିଲାପରିଷଦ ସଭାପତି ସାଗରିକା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପବିତ୍ର ରକ୍ଷାବନ୍ଧନ ପରିପ୍ରେକ୍ଷୀରେ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ରାଜଯୋଗ ମାଧ୍ୟମରେ କିଭଳି ସହଜରେ ସୁଖ ଓ ଶାନ୍ତି ଲାଭ କରାଯାଇ ପାରୁଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଟିପିଏନଓଡିଏଲ ଅଧିକ୍ଷଣ ଯନ୍ତ୍ରୀ ଇଂ ରଶ୍ମୀକାନ୍ତ ବେହେରା ଓ ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରମାତ୍ମାଙ୍କ ଦିବ୍ୟଜ୍ଞାନ ସମସ୍ତଙ୍କୁ ଆଲୋକ ପ୍ରଦାନ କରୁ ବୋଲି ଶୁଭକାମନା କରିଥିଲେ।

prayash

ସତ୍ୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ମୁକୁନାର ପ୍ରଧାନଶିକ୍ଷୟିତ୍ରୀ ବ୍ରହ୍ମାକୁମାରୀ ଜୟନ୍ତୀ ସମସ୍ତଙ୍କୁ ରକ୍ଷାବନ୍ଧନ ଅବସରରେ ଶୁଭକାମନା ଜଣାଇବା ସହ ଦିବ୍ୟ ତିଳକ ପ୍ରଦାନ କରିଥିଲେ। ଏହି ଅବସରରେ ବ୍ରହ୍ମାକୁମାରୀ ଭଉଣୀ ଓ ବ୍ରହ୍ମାକୁମାର ଭାଇମାନଙ୍କ ଦ୍ୱାରା ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର, ସଦର ବିଡିଓ ବିକାଶ ଚନ୍ଦ୍ର ସାହୁ, ଜିଲା ଓ ଦୌରାଜଜ୍‍ ଅଦାଲତର ଭିଜିଲାନ୍ସ ଅଦାଲତ ବିଚାରପତି ରଶ୍ମିତା ଦଳେଇ, ମୁଖ୍ୟ ବିଚାର ବିଭାଗୀୟ ବିିଚାରପତି ରଞ୍ଜୁଲତା ଲେଙ୍କା, ଉପଖଣ୍ଡୀୟ ବିଚାରପତି ସୁମିତ୍ରା କୁମାରୀ ଦାଶ, ପୌର ନିର୍ବାହୀ ଅଧିକାରୀ ଡା.ମଧୁସ୍ମୀତା ସାମନ୍ତରାୟ, ଆରଟିଓ ଗୋପାଳ କୃଷ୍ଣ ଦାସ, ଜିଲା ଶ୍ରମ ଅଧିକାରୀ ସୂର୍ଯ୍ୟ ନାରାୟଣ ମାଳିଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ଆଶୁ ଆରୋଗ୍ୟ କାମନା ସହ ମିଠା ବାଣ୍ଟିଥିଲେ। ସନ୍ଧ୍ୟାରେ ସେବାକେନ୍ଦ୍ର ପରିସରରେ ସ୍ନେହମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସାଧରଣଜନତାଙ୍କ ହାତରେ ରାକ୍ଷୀ ବନ୍ଧା ଯାଇଥିଲା। ବ୍ରହ୍ମାକୁମାରୀ ପ୍ରତିଭା, ସ୍ୱାତୀ, ଅର୍ଚ୍ଚନା, ପିଙ୍କି, ସରୋଜିନୀ, ବିନତା, ମିକୁ, ଏବଂ ବ୍ରହ୍ମାକୁମାର କୁଳମଣି, ସତ୍ୟ, କୃତ୍ତିବାସ, ରାଜ, ଲୋକନାଥ, ଅକ୍ଷୟ, ପିତବାସ, ଝରିଲାଲ, ସୁମନ୍ତ,ଜଗବନ୍ଧୁ, ଘନଶ୍ୟାମ, ରଥ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ବ୍ରହ୍ମାକୁମାରୀ ଜୟନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.