www.samajalive.in
Monday, December 15, 2025
15.1 C
Bhubaneswar

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ନେମାଳ : ନେମାଳ ଥାନା ଅନ୍ତର୍ଗତ ସାନ୍ତପୁର ସ୍ଥିତ ଜୟନ୍ତୀଦେବୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ସମ୍ପର୍କିତ ଜ୍ଞାନ ଆହୋରଣ କରି ଏହାକୁ ଲୋକାଭୀମୁଖୀ କରିବାକୁ ପ୍ରେରଣା ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ସରପଞ୍ଚ ଦେବେନ୍ଦ୍ର କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଅମିଲ୍ୟ କୁମାର ମହାନ୍ତି, ସମାଜସେବୀ ଭୁବନାନନ୍ଦ ଦଳାଇ, କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ପରିବେଶବିତ ପ୍ରମୋଦ କୁମାର ଦାଶ, ଅଚ୍ୟୁତାନନ୍ଦ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଦେବ ପ୍ରସାଦ କର ପ୍ରମୁଖ ଯୋଗଦେଇ ମାନବର ଦୈନନ୍ଦିନ ଚଳଣୀରେ ବିଜ୍ଞାନର ଉପଯୋଗିତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ ପୂର୍ବକ ଛାତ୍ରଛାତ୍ରୀ ମାନେ ବୈଜ୍ଞାନିକ ମନୋଭାବାପନ୍ନ ହେବା ପାଇଁ ପରାମର୍ଶ ଦେଇଥିଲେ।ଏହି ଅବସରରେ ସିନିୟର ଓ ଜୁନିୟର ବର୍ଗର ଛାତ୍ରଛାତ୍ରୀ ମୋଟ ୪୩ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ସମୀକ୍ଷା ପୂର୍ବକ ଜୁନିୟର ବର୍ଗରେ ଚିନ୍ମୟୀ ପୁହାଣ ପ୍ରଥମ, ଆକାଂକ୍ଷା ବେହେରା ଏବଂ ସୋନାଲିସା ସ୍ୱାଇଁ ଯୁଗ୍ମ ଦ୍ୱିତୀୟ, ସାଇସ୍ମୃତି ମଲିକ ଏବଂ ଶୁଭସ୍ମିତା ଦାସ ଯୁଗ୍ମ ତୃତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ବରିଷ୍ଠ ବର୍ଗରେ ଶିବାନୀ ଶଙ୍କର ମହାପାତ୍ର ପ୍ରଥମ, ତପସ୍ୱିନୀ ସ୍ୱାଇଁ ଦ୍ୱିତୀୟ ଓ ରୁଦ୍ର ପ୍ରସାଦ ପୁହାଣ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତି ଚେୟାର ପରସନ୍‍ ଦେବ ପ୍ରସାଦ ପୁହାଣ, ସଭ୍ୟ କଳ୍ପତରୁ ବାରିକ, ଚୈତନ୍ୟ ଦଳାଇ, ସୁଜାତା ନାୟକ, ନିବେଦିତା ପଣ୍ଡା, ଶକୁନ୍ତଳା ଦଳାଇ ପ୍ରମୁଖ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories