www.samajalive.in
Friday, December 12, 2025
16.1 C
Bhubaneswar

ବିଜୁ ପକ୍କାଘର ବଣ୍ଟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ

କଳାପଥର(ବାଙ୍କୀ) : ବାଙ୍କୀ ବ୍ଳକ ଅଧିନସ୍ଥ ପୁଇଁଚା ପଞ୍ଚାୟତର ପଣ୍ଡାଳମ ଗ୍ରାମରେ ବିଜୁ ପକ୍କାଘର ବଣ୍ଟନରେ ବ୍ୟାପକ ଦୁର୍ନୀତି କରାଯାଇଥିିବା ସଂମ୍ପୃକ୍ତ ଗ୍ରାମର ଗ୍ରାମବାସୀମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଗ୍ରାମ ମାନଙ୍କରେ ରହୁଥିବା ଗରିବ ତଥା ଅସହାୟ ଲୋକଙ୍କ ପାଇଁ ସରକାର ସ୍ଥାନିୟ ବିଧୟକଙ୍କ ଚିଠାରେ ୨୦୦ଟି ମାଗଣା ଘର ବାଣ୍ଟିବା ପାଇଁ କ୍ଷମତା ପ୍ରଦାନ କରିଥିବାବେଳ ବାଙ୍କୀରେ ଏହି ଘର ଗୁଡିକ ଧନୀ ଶ୍ରେଣୀର ଲୋକ, କୋଠା ବାଡି ଥିବା ଲୋକ ଓ ଚାକିରିଆ ପରିବାରକୁ ବଣ୍ଟନ କରାଯାଇଛି। ପଞ୍ଚାୟତ ଦାୟିତ୍ୱରେ ଥିବା ନିର୍ବାହି ଅଧିକାରିମାନେ ହାତ ଗୁଞ୍ଜା ନେଇ ଅଯୋଗ୍ୟ ବ୍ୟକ୍ତି ମାନଙ୍କ ନାମକୁ ଘର ପାଇବାକୁ ଯୋଗ୍ୟ ବୋଲି ଦର୍ଶାଇଥିବା ଅଭିଯୋଗ ହୋଇଛି। ଫଳରେ ସରକାରଙ୍କ ଏହି ମହତ ଯୋଜନା ଗ୍ରମାଞ୍ଚଳରେ ବିଫଳ ହୋଇଛି। ଖବରଅନୁସାରେ ପୁଇଁଚା ପଞ୍ଚାୟତ ପଣ୍ଡାଳମ ଗ୍ରାମର ଜଣେ ଧନୀ ଲୋକଙ୍କର କୋଠାଘର ଥିବାବେଳେ ତାଙ୍କର ନାମକୁ ବିଜୁ ପକ୍କାଘର ଯୋଜନାରେ ସାମିଲ କରାଯାଇଥିବା ଜଣାପଡିବା ପରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ସଂମ୍ପୃକ୍ତ ହିତାଧିକାରିଙ୍କର ପ୍ରାୟ ୪ ଏକର ସଂମ୍ପତି ରହିଥିବା ଜଣାପଡିଛି। ସେ ଉକ୍ତ ପଞ୍ଚାୟତର ସମିତି ସଭ୍ୟଙ୍କ ଭାଇ ବୋଲି କୁହାଯାଉଛି। ଏପରି ସ୍ଥଳେ ସେହି ନାମକୁ ବାଦ୍‍ ଦେବା ପାଇଁ ଗ୍ରାମର କେତେଜଣ ବିଜୁ ଜନତାଦଳ ସମର୍ଥକ ବାଙ୍କୀ ବିଡିଓ, ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀଙ୍କୁ ଭେଟି ଆପତ୍ତି କରିଥିବା ବେଳେ ସୂଚନାଅଧିକାର ଆଇନରେ ତଥ୍ୟ ମାଗିଥିଲେ। ତେବେ ଏହି ତଥ୍ୟ ମାଗିବାର ପ୍ରାୟ ୨ମାସ ବିତି ଗଲାଣି। କିନ୍ତୁ ତଥ୍ୟ ଦିଆ ନଯାଇ ଗତ କିଛିଦିନ ତଳେ କୋଠାଘରେ ଥିବା ବ୍ୟକ୍ତିକୁ ହିତାଧିକାରୀ ଅନୁମତି ପତ୍ର ସହିତ ଆଗୁଆ ୨୦ ହଜାର ଟଙ୍କା ଦିଆଯାଇଛି। ଏହି ଘଟଣା ଜଣାପଡିବାପରେ କିଛି ବିଜେଡି ସମର୍ଥକ ଅସନ୍ତୋଷ ପ୍ରକାଶ କରିଥିଲେ। ଯାହାଦ୍ବାରା ଗ୍ରାମରେ ଦଳ ଦୁଇଭାଗ ହୋଇଯାଇଛି। ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀଙ୍କୁ ପଚାରିରୁ କାର୍ଯ୍ୟଦେଶକୁ ଖାରଜ କରାଯିବ ବୋଲି ସେ ପ୍ରକାଶ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories