ଗଣେଶ ପୂଜାକୁ ନେଇ ତୁମୁଳକାଣ୍ଡ, ମଝିରାସ୍ତାରେ ଯୁବକଙ୍କୁ ଛୁରାମାଡ଼

ଲଡୁଗାଁ: ଗଣେଶ ପୂଜା ନେଇ ଯୁବକ ତୁମୁଳକାଣ୍ଡ ଘଟିଥିବାବେଳେ ମଝି ରାସ୍ତାରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଜଣେ ଯୁବକଙ୍କ ଛୁରାମାଡ଼ରେ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ କୋକସରା ଡାକ୍ତରଖାନା ପରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ କୋକସରା ଥାନା ଟେମରା ପଞ୍ଚାୟତ ସିର୍ଲିଗୁଡା ଗ୍ରାମରେ ଗଣେଶ ପୂଜା ନିମନ୍ତେ ଉକ୍ତ ଗ୍ରାମର ଯୁବଗୋଷ୍ଠୀ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରୁଥିଲେ। ଅପରପକ୍ଷେ ଏହାକୁ ନେଇ ନବ ଚନ୍ଦନ ନାମକ ଜଣେ ଯୁବକ ଏହାକୁ ବାରମ୍ବାର ବିରୋଧ କରି ଆସୁଥିଲା। ସେ କୁଆଡ଼େ ଗାଁରେ ପୂଜା କରାଇ ଦେବ ନାହିଁ ବୋଲି କହୁଥିଲା। ଗ୍ରାମର ଗଣେଶ ପୂଜା କମିଟି ସଦସ୍ୟ ଏ ସଂକ୍ରାନ୍ତରେ କୋକସରା ଥାନାରେ ନବ ଚନ୍ଦନଙ୍କ ନାମରେ ଅଭିଯୋଗ କରିଥିଲେ।

prayash

ଥାନାରୁ ଫେରିବା ସମୟରେ ତରୁଣ ମାଝୀ (୪୫)ଙ୍କୁ ତେତେଲପଡା ରାସ୍ତା ନିକଟରେ ପଛପଟୁ ଛୁରିରେ ଅତର୍କିତ ଆକ୍ରମଣ କରିଥିଲା। । ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କ ସହିତ ଥିବା ଯୁବକମାନେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିବା ପରେ ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

ଭାଇକୁ ଛୁରା ମାଡ କରିବା ସହ ଘନଶ୍ୟାମ ମାଝୀଙ୍କୁ ଜାତିଆଣ ଆକ୍ଷେପ କରିଥିବା ଓ ହତ୍ୟା ଧମକ ଦେଇଥିବା ଘନଶ୍ୟାମ ମାଝୀ କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ କୋକସରା ଥାନା କେଶ ନମ୍ବର ୨୨୨/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଅଟକ ରଖାଯାଇ ତଦନ୍ତ ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ରୋନିତା ପ୍ରଧାନ କହିଛନ୍ତି।

Comments are closed.