୨ ଦିନରେ ୨୫୦ କଫ ସିରଫ ଜବତ, ୪ ଗିରଫ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ପୁଲିସ ଦ୍ୱାରା ୧୫୦ ବୋଟଲ କଫ ସିରଫ ଓ ନଗଦ ୩୧ହଜାର ୫ଶହ ଟଙ୍କା, ୨ଟି ମୋଟର ସାଇକଲ ସହ ୨ଟି ମୋବାଇଲ ଫୋନ ଜବତ ହୋଇଛି। ଏହି ମାମଲାରେ ପୁଲିସ ୩ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି। ମିଳିଥିବା ସୂଚନା ଅନୁସାରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଜି-ବଲାଙ୍ଗିର ମୁଖ୍ୟ ରାଜ୍ୟ ରାଜପଥ ନଂ. ୪୨ର ଚଟୁଅନକାଠାରେ ୨ଟି ମୋଟର ସାଇକଲ ଯୋଗେ ବେଲପଡା ଥାନା ଧୁମାଭଟାର ନିତ୍ୟା ବୁଡେକ(୨୩),ପ୍ରଶାନ୍ତ ରାଉତ(୨୪) ଓ ବଲାଙ୍ଗିର ଟାଉନ ଥାନା ହାଡପଦା ପଡା ର ରାଜା ଜେନା(୨୮) ଙ୍କଠାରୁ ୧୫୦ଟି କଫ ସିରଫ ସହ ୩୧ହଜାର ୫ଶହ ଟଙ୍କା ୨ଟି ମୋବାଇଲ ଜବତ କରିଛି। କଣ୍ଟାବାଞ୍ଜି ଥାନା କେସ ନଂ. ୨୬୦/୨୯.୮.୨୦୨୩ ମାମଲା ରୁଜୁ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

prayash

ଆଜି କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କଣ୍ଟାବାଞ୍ଜି-ବଲାଙ୍ଗିର ରାଜ୍ୟ ରାଜପଥ କୁର୍ଲି ଛକ ନିକଟରୁ ବେଲପଡା ଥାନା ଅଞ୍ଚଳର ଲିଙ୍ଗରାଜ ବାରିକ (୨୮ଙ୍କ ଠାରୁ ୫୫ ବୋଟଲ କଫ ସିରଫ ଜବତ କରିଥିଲେ। କେସ ନଂ.୨୫୯/୨୦୨୩ରେ ଏକ ମାମଲା ରୁଜୁ ପରେ ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ଦୁଇ ଦିନ ମଧ୍ୟରେ ମୋଟ ୨୦୫ଟି କଫ ସିରଫ ଜବତ ହୋଇଛି ଏବଂ ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଶ୍ମିତା ବେହେରା ସୂଚନା ଦେଇଛନ୍ତି।

Comments are closed.