www.samajalive.in
Sunday, December 7, 2025
23.1 C
Bhubaneswar

ଡ.ସତ୍ୟବ୍ରତ ମିଶ୍ର ପିଜି କାଉନସିଲ ଅଧ୍ୟକ୍ଷ, ସୁଧାକର ଦାଶ ଜନସମ୍ପର୍କ ଅଧିକାରୀ

କେନ୍ଦୁଝରଗଡ :  ଧରଣୀଧର ବିଶ୍ୱବିଦ୍ୟାଳୟ ଓଏସ୍‌‌ଡି ଡ. ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ଅନୁମୋଦନକ୍ରମେ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ପ୍ରାଧ୍ୟାପକ ଡ. ସତ୍ୟବ୍ରତ ମିଶ୍ରଙ୍କୁ ପି.ଜି.କାଉନସିଲ ଅଧ୍ୟକ୍ଷ ଭାବେ କୁଳସଚିବ ନରେନ୍ଦ୍ର କୁମାର ସାହୁ ବୁଧବାର ନିଯୁକ୍ତି ଆଦେଶ କରିଛନ୍ତି । ଏଥିସହ ବିଶ୍ୱବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ଭାବେ ଓଡିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସୁଧାକର ଦାଶ, ଉନ୍ନୟନ ଅଧିକାରୀ ଭାବେ ସହକାରୀ ପ୍ରାଧ୍ୟାପିକା ଡ.ସରିତା ନାୟକ, ଉପକୁଳସଚିବ ଭାବେ ପଦାର୍ଥବିଜ୍ଞାନ ପ୍ରାଧ୍ୟାପକ ଦୋଳ ଗୋବିନ୍ଦ ରାଉତ, କ୍ରୟ କମିଟି ମୁଖ୍ୟ ଭାବେ ସହକାରୀ ପ୍ରାଧ୍ୟାପକ ଡ.ଏନ୍‌‌.ମଲ୍ଲିକ, ଷ୍ଟୋର ଇନଚାର୍ଜ ଅଧିକାରୀ ଭାବେ ସହକାରୀ ପ୍ରାଧ୍ୟାପକ ଡ.ଏସ୍‌‌.ସି.ଭୋଇ ଏବଂ ସହକାରୀ ପ୍ରାଧ୍ୟାପିକା ଡ.ଅନୁପମା ଦାଶଙ୍କୁ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ଆଦେଶ ହୋଇଛି । ଏତଦ୍‌‌ବ୍ୟତୀତ ସହକାରୀ ପ୍ରାଧ୍ୟାପକ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ବିଶ୍ୱବିଦ୍ୟାଳୟ ୱାଡେନ ଭାବେ ନିଯୁକ୍ତି ସହ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ ଛାତ୍ରାବାସ ଓ ଛାତ୍ରୀନିବାସର ପରିଚାଳନା ଦାୟିତ୍ୱ ତଦାରଖ ନିମନ୍ତେ ଆଦେଶ ହୋଇଛି । ଏଥିସହ ସ୍ନାତ୍ତକ ଓ ସ୍ନାତ୍ତକୋତ୍ତର ବିଭାଗ ମୁଖ୍ୟ ସଂଯୋଜକ ଭାବେ ମଧ୍ୟ ନିଯୁକ୍ତି ଆଦେଶ ହୋଇଛି । ନବଗଠିତ ଏହି ବିଶ୍ୱବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ସହ କିଭଳି ସୁପରିଚାଳନା ସଠିକ୍‌‌ ଭାବେ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ପ୍ରାଥମିକ ପଦକ୍ଷେପ ସ୍ୱରୂପ ଉପରୋକ୍ତ ଅଧିକାରୀ ପଦ ପୂରଣ କରାଯାଇ ଦାୟିତ୍ୱବଣ୍ଟନ କରାଯାଇଥିବା ବିଶ୍ୱବିଦ୍ୟାଳୟର ଓଏସ୍‌‌ଡି ଡ.ମହାନ୍ତି ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories