ଜାତୀୟ ପୁରସ୍କାର ଜିତିଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’
ଭୁବନେଶ୍ବର: ଆଜି ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି ଏବଂ ଏହାକୁ ଜାତୀୟ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି। ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’ ହେଉଛି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। ପୁରସ୍କାର ଘୋଷଣା ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅନୁପମ ପଟ୍ଟନାୟକ କହିଛନ୍ତି ଯେ ଇତିହାସର ପୁନରାବୃତ୍ତି ହୋଇଛି । ବାପାଙ୍କ ପ୍ରଥମ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ମିଳିଥିଲା ମୋର ପ୍ରଥମ ଚଳଚ୍ଚିତ୍ରକୁ ମଧ୍ୟ ଜାତୀୟ ପୁରସ୍କାର ମିଳିଛି ।
Comments are closed.