www.samajalive.in
Tuesday, December 9, 2025
15.1 C
Bhubaneswar

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା: ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟ ଗିରଫ

ଭୁବନେଶ୍ବର: ମାହାଙ୍ଗା ନାବାଳିକା ମୃତ୍ୟୁ ଓ ପ୍ରମାଣ ନଷ୍ଟ ମାମଲାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଗିରଫ ହୋଇଛନ୍ତି। ଏହାସହିତ ଅଭିଯୁକ୍ତ ଖେଳ ତଥା ପିଇଟି ଶିକ୍ଷକ ଅନୁପମ ରାୟଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ମାହାଙ୍ଗା ଥାନା ପୁଲିସ ଉଭୟଙ୍କୁ ଗିରଫ କରାଯାଇଛି। ଶରତଙ୍କ ଅଡିଓ ଭାଇରାଲ ପରେ ହଇଚଇ ହୋଇଥିଲା। ଖେଳ ଶିକ୍ଷକଙ୍କ ମା’ଙ୍କ ସହ କଥାବାର୍ତ୍ତା ଭାଇରାଲ ହୋଇଥିଲା। ଫୋନରେ ୭୦ ହଜାର ଦେବାକୁ ଅନୁପମଙ୍କ ମା’ଙ୍କୁ କହିଥିଲେ ଶରତ। ମାମଲା ରଫାଦଫା ପାଇଁ ପୁଲିସକୁ ଟଙ୍କା ଦେବାକୁ କହିଥିଲେ। ଅଡିଓ ଭାଇରାଲ ପରେ ଶରତଙ୍କୁ ନିଲମ୍ବିତ କରିଥିଲା ବିଜେଡି।

ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ମାମଲାର ଖୋଳତାଡ଼ କରିଥିଲା। ଶରତ, କ୍ରୀଡ଼ା ଶିକ୍ଷକ ଅନୁପମ ରାୟ ଓ ତାଙ୍କ ମା’ଙ୍କୁ ପଚରାଉଚରା ପରେ ସେମାନଙ୍କ ବୟାନ ରେକର୍ଡ କରିଥିଲା। ଆଉ ଶେଷରେ ଆଜି ଉଭୟ ଶରତ ଓ ଅନୁପମଙ୍କୁ ମାହାଙ୍ଗା ଥାନା ପୁଲିସ ଗିରଫ କରିଛି ବୋଲି ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories