ଆଲିୟନ୍ଙ୍କ ଠାରୁ ଆଜି ଆସିପାରେ ଉତ୍ତର – ୪୦ ବର୍ଷ ତଳେ ପଠାଯାଇଥିଲା ରେଡିଓ ସିଗନାଲ୍
ନୂଆଦିଲ୍ଲୀ – ସାରା ବିଶ୍ୱ ବ୍ରହ୍ମାଣ୍ଡରେ ପୃଥିବୀକୁ ଛାଡି ଦେଲେ ଅନ୍ୟ କୌଣସି ସ୍ଥାନରେ ଜୀବସତ୍ତା ରହିଛି କି ନାହିଁ ସେ ବିଷୟରେ ଅନେକ ଗବେଷଣା ଚାଲିଛି । ମାତ୍ର ଏ ବିଷୟରେ କୌଣସି ବଳିଷ୍ଠ ପ୍ରମାଣ ମିଳିନାହିଁ । ତେବେ ୧୯୮୩ ମସିହା ଅଗଷ୍ଟ ୧୫ ତାରିଖରେ ଆମେରିକାର ମହାକାଶ ବିଜ୍ଞାନୀମାନେ ମହାକାଶକୁ ଅନେକ ରେଡିଓ ସିଗିନାଲ୍ ପ୍ରେରଣ କରିଥିଲେ ।
କୌଣସି ସ୍ଥାନରେ ଜୀବସତ୍ତା ରହିଛି । ଆଲିୟନ୍ ମାନେ ସେହି ରେଡିଓ ସିଗନାଲ୍ର ପ୍ରତ୍ୟୁତ୍ତୋରକୁ ଅପେକ୍ଷା କରାଯାଇଛି । ୬୪ ମିଟର ବ୍ୟାସାର୍ଦ୍ଧ୍ୟ ବିଶିଷ ଏକ ବିଶାଳ ଆଣ୍ଟେନାକୁ ଏଥିପାଇଁ ପ୍ରସ୍ତୁତ କରାଯାଇଛି ।
ପୃଥିବୀଠାରୁ ୧୬.୭ ଆଲୋକ ବର୍ଷ ଦୂରରେ ଥିବା ଅଲ୍ଟଏୟାର ନାମକ ଗ୍ରହରୁ ଏହାର ପ୍ରତ୍ୟୁତ୍ତୋର ଆସିପାରେ ବୋଲି ମହାକାଶ ବିଜ୍ଞାନୀମାନେ ଆଶାବାଦୀ ଅଛନ୍ତି ।
ଅଲ୍ଟଏୟାର ଗ୍ରହ ଆକ୍ୟୁଲା ନକ୍ଷେତ୍ରପୁଞ୍ଜରେ ଅବସ୍ଥିତ । ଏହି ଗବେଷଣାର ମୁଖ୍ୟ ନାରୁସଓ୍ୱା ୧୯୯୦ ମସିହାରୁ ଅନେକ ଗ୍ରହ ଉପରେ ଏ ନେଇ ଗବେଷଣା କରାଯାଇଥିବା କଥା କହିଛନ୍ତି । ଅଲ୍ଟଏୟାରରେ ଜୀବସତ୍ତା ରହିବା ପରି ଜଳବାୟୁ ରହିଥିବା କଥା ସେ ସୂଚନା ଦେଇଛନ୍ତି ।
୧୯୮୩ ମସିହରେ ‘ହେଲୋ ଏନି ବଡି ଇଜ୍ ଦେୟାର’ ଏହି ସନ୍ଦେଶକୁ ପ୍ରେରଣ କରାଯାଇଥିଲା । ବ୍ରହ୍ମାଣ୍ଡର କୌଣସି ସ୍ଥାନରେ ମଣିଷ ପରି ବୁଦ୍ଧିଆ ଜୀବ ରହିପାରି ଥାଆନ୍ତି ବୋଲି ବୈଜ୍ଞାନିକ ନାରୁସଓ୍ୱା ସୂଚନା ଦେଇଛନ୍ତି ।
Comments are closed.