କେନ୍ଦ୍ରୀୟ ବିଦ୍ୟାଳୟରେ ବିଭାଜନ ବିଭିଷୀକା ସ୍ମୃତିଚାରଣ ଦିବସ

ସମ୍ବଲପୁର  : ସମ୍ବଲପୁରର ବରେଇପାଲି ପାଞ୍ଚଗଛିଆ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୧ ଠାରେ ବିଭାଜନ ବିଭିଷୀକାର ସ୍ମୃତିଚାରଣ ଦିବସ ପାଳିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୪ ତାରିଖକୁ ଭାରତ ବିଭାଜନ ଓ ପଶ୍ଚାତାପ ସାଧାରଣ ଜନତାଙ୍କ ଦୁର୍ଦ୍ଦଶା ସମ୍ବଳୀତ ଫଟୋ ଚିତ୍ର ଓ ସମାଚାର ଗୁଡିକୁ ପ୍ରଦର୍ଶିତ କରି ଆଜିର ପିଢ଼ିକୁ ଅବଗତ ନିମନ୍ତେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସରରେ ଫଟୋ ଚିତ୍ର ପ୍ରଦର୍ଶନୀ ଉନ୍ମୋଚିତ ହୋଇଥିଲା। ମୁଖ୍ୟ ଅତିଥି ରୂପେ ଶିକ୍ଷକ ଶିକ୍ଷା ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅରବିନ୍ଦ ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ ସ୍ୱାଧିନତା ପରବର୍ତ୍ତୀ ବିଭାଜନ ବିଭୀଷିକାର ସ୍ମୃତିଚାରଣ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ କଠୋର ପରିଶ୍ରମ କରି ସୁ-ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ବିଦ୍ୟାଳୟର କଳା ଶିକ୍ଷକ ସୁଧାଂଶୁ ନାୟକଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସକ୍ରିୟ ସହାୟତା କରିଥିଲେ। ଅଧ୍ୟାପକ ଅରୁଣ କୁମାର ଯୋଶୀ କାର୍ଯ୍ୟକ୍ରମକୁ ପରଚିାଳନା କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

 

Comments are closed.