www.samajalive.in
Monday, December 15, 2025
24.1 C
Bhubaneswar

୧୩୬ ଛାତ୍ରଛାତ୍ରୀ ପାଇଁ ୩ଜଣ ଶିକ୍ଷକ : ଅଧିକ ଶିକ୍ଷକ ନିଯୁକ୍ତି ପାଇଁ କମିଟି ପକ୍ଷରୁ ଦାବି

ଠାକୁରମୁଣ୍ଡା : ପ୍ରାଥମିକ ଶିକ୍ଷାକୁ ଶିକ୍ଷାର ମୂଳଦୁଆ କୁହାଯାଉଥିବାବେଳେ, ସେହି ମୂଳଦୁଆ ଏବେ ଦୁର୍ବଳ ହେବାକୁ ବସିଛି । ସରକାର ଶିକ୍ଷା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରି ୫-ଟି ଯୋଜନା, ସର୍ବଶିକ୍ଷା ଅଭିଯାନ, ଉଜ୍ଜ୍ୱଳ, ଉଥାନ ଆଦି ଯୋଜନାରେ ଅର୍ଥ ଖର୍ଚ୍ଚ କରିବା ସହ ଆଦିବାସୀ ବାଳିକା ବାଳକ ପାଇଁ ଛାତ୍ରାବାସ, ଆଶ୍ରମ ବିଦ୍ୟାଳୟ ଓ ଅଧାରୁ ପାଠ ଛାଡୁଥିବା ବାଳିକାଙ୍କ ପାଇଁ କସ୍ତୁରବା ବାଳିକା ବିଦ୍ୟାଳୟ ଖୋଲା ଯାଇଛି। ସେହିପରି ଉପଯୁକ୍ତ ଶିକ୍ଷା ବ୍ୟବସ୍ଥା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ଦେଉଥିବା ବେଳେ ଶିକ୍ଷାର ମାନ ଏବେ ରସାତଳକୁ ଯିବାର ଦେଖାଦେଲାଣି । ସରକାର ଗାଁ ଗାଁରେ ବିଦ୍ୟାଳୟ ଖୋଲି ଦେଲେ ମାତ୍ର ବିଦ୍ୟାଳୟ ଗୁଡିକରେ ଆବଶ୍ୟକ ଅନୁସାରେ ଶିକ୍ଷକ ନିଯୁକ୍ତି ଦେଇ ପାରି ନଥିବା କାରଣରୁ ଶିକ୍ଷାର ବିକାଶ ଠପ୍ ହେବାକୁ ବସିଲାଣି । ତେବେ ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଠାକୁରମୁଣ୍ଡା ବ୍ଲକର ଶିକ୍ଷା ବିଭାଗ ଅଧିନରେ ଥିବା ଅନେକ ଗୁଡିଏ ବିଦ୍ୟାଳୟରେ। ସେଥିମଧ୍ୟରୁ  ବ୍ଲକ ଶିକ୍ଷା ବିଭାଗ କର୍ଯ୍ୟାଳୟ ଠାରୁ ୧ କି.ମି ଦୂରରେ ଥିବା ରୁଗୁଡିବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

- Advertisement -

ଏହି ବିଦ୍ୟାଳୟରେ ପ୍ରଥମରୁ ୮ମ ପର୍ଯ୍ୟନ୍ତ ଶ୍ରେଣୀରେ ୧୩୬ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ସହିତ ୨ ଜଣ ଶିକ୍ଷକ ଅଛନ୍ତି । ତେବେ ପ୍ରଧାନ ଶିକ୍ଷକଙ୍କ ବିଭିନ୍ନ ସମୟରେ ଅଫିସ କାମ କଲେ, ଦୁଇ ଜଣ ଶିକ୍ଷକ ଶିକ୍ଷା ଦାନ କରନ୍ତି ୮ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ । ବିଗତ ଛଅ ମାସରୁ ଅଧିକ ହେବ ୩ ଜଣ ଶିକ୍ଷକ, ଶିକ୍ଷାଦାନ କରୁଥିବା ବେଳେ ଶିକ୍ଷାଦାନରେ ଘୋର ଅସୁବିଧା ଦେଖା ଦେବା ସହ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ଦେଖି ସ୍କୁଲ ପରିଚାଳନା କମିଟି ଲିଖିତ ଭାବରେ ବୁଧବାର ଦିନ ଠାକୁରମୁଣ୍ଡା ବିଇଓଙ୍କ କାର୍ଯ୍ୟାଳୟକୁ ଯାଇ ଏକ ଦାବି ପତ୍ର ବିଇଓଙ୍କ ଅନୁପସ୍ଥିତରେ ଏବିଇଓ ଦିଲ୍ଲୀପ କୁମାର ଧଳଙ୍କୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରୁଲା ନାଏକ ସଦସ୍ୟ ଜଗନ୍ନାଥ ବାଗସିଂ,ମଧୁସୂଦନ ନାଏକ, ରବିନ୍ଦ୍ର ଦାସ, ବାବୁଲି ତରଣିଆଁ, ସମ୍ମିତା ଦେହୁରୀ ଓ ଅନ୍ୟ ସଦସ୍ୟ ମାନେ, ଏକ ସପ୍ତାହେ ମଧ୍ୟରେ ଆଉ ଦୁଇ ଶିକ୍ଷକଙ୍କୁ ଦେବାପାଇଁ ଦାବି ଜଣାଇଛନ୍ତି । ତେବେ ଏ ବିଷୟରେ ଠାକୁରମୁଣ୍ଡା ବିଇଓ ରାମଚନ୍ଦ୍ର ନାଏକଙ୍କୁ ପଚାରିବାରୁ ସେ କହିଲେ ଏ ସମସ୍ୟା ବହୁ ସ୍କୁଲରେ ଅଛି, ୭ରୁ ଅଧିକ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି,  ତେବେ କଣ କରିବା  ? ଖୁବଶୀଘ୍ର ସମାଧାନ ପାଇଁ ଚେଷ୍ଟା କରିବି ବୋଲି ପ୍ରକାଶ କରିଥିଲେ। ତେବେ ଏଭଳି ସ୍ଥିତିରେ କିପରି ଶିକ୍ଷାର ବିକାଶ ହୋଇପାରିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories