ଫିରିଙ୍ଗିଆ ଥାନା ପୋଡି ଘଟଣା: ନୂଆପଦର ଗାଁରେ ଶାନ୍ତି କମିଟି ବୈଠକ, ଗାଁ ଗାଁ ବୁଲି ବିଶ୍ୱାସ ସୃଷ୍ଟି କଲା ପୋଲିସ

ଫୁଲବାଣୀ:କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆପଦର ପଞ୍ଚାୟତ ନୂଆପଦର ଗାଁରେ ଫିରିଙ୍ଗିଆ ଥାନା ପୋଡି ଘଟଣା ପରେ ଦେଖା ଯାଇଥିବା ଉତ୍ତେଜନା ମୂଳକ ପରିସ୍ଥିତି ସାଙ୍ଗକୁ ଅଶାନ୍ତି ଓ ଭୟର ବାତାବରଣ ଲାଗି ରହିଛି। ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି l ଗ୍ରାମବାସୀଙ୍କ ମଧ୍ୟରେ କିଭଳି ଶାନ୍ତିଫେରି ଆସିବ ଏବଂ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ବୟ ଫେରି ଆସିପାରିବ ସେଥିପାଇଁ ପୁଲିସ ପକ୍ଷରୁ ଗାଁ ଗାଁ ବୁଲି ବିଶ୍ବାସ ସୃଷ୍ଟି କରାଯାଇଛି। ଉଭୟ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ସହ ସୁସମ୍ପର୍କ ଓ ଶାନ୍ତି ପ୍ରତିଷ୍ଠା ରଖିବା ସହ ଘଟଣାକୁ ନେଇ ଭୟ ନ କରି ସୁରକ୍ଷିତ ଭାବରେ ନିଜ ଘରେ ରହି ଶାନ୍ତି ବଜାଇ ରଖିବାକୁ ଜନସାଧାରଣଙ୍କୁ ପୁଲିସ କର୍ମଚାରୀମାନେ ଅନୁରୋଧ କରିଥିଲେ।

prayash

ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶାନ୍ତି କମିଟି ବୈଠକରେ ଏଏସଆଇ ଦେବାଶିଷ ମଣ୍ଡଳ, ଶ୍ରୀକାନ୍ତ ପାତ୍ର, ଏଏସଆଇ ପ୍ରିୟ ରଞ୍ଜନ ନାୟକଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ନୂଆପଦର ଆଞ୍ଚଳର ବହୁ ବୁଦ୍ଧିଜୀବୀ ଜନସାଧାରଣ ଓ ବହୁ ବରିଷ୍ଠ ବ୍ୟକ୍ତିଙ୍କ ସହ ମହିଳାମାନେ ଯୋଗ ଦେଇଥିଲେ l

Comments are closed.