୩ ଜଣ ଶିକ୍ଷକରେ ଚାଲିଛି ୫ଟି ହାଇସ୍କୁଲ
ରେଙ୍ଗାଲି: ୫ଟି ଯୋଜନାରେ ଭିତ୍ତିଭୂମି ସୁଦୃଢ଼ ହୋଇଛି। ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକର ଟାମ୍ପରକେଲା ଗ୍ରାମରେ ଥିବା ଆଞ୍ଚଳିକ ହାଇସ୍କୁଲରେ ମାତ୍ର ୩ ଜଣ ଶିକ୍ଷକରେ ଚାଲିଛି ୫ଟି ହାଇସ୍କୁଲ। ୨୦୨୬ ସୁଦ୍ଧା ଏହି ହାଇସ୍କୁଲରେ ଥିବା ୩ଜଣ ଶିକ୍ଷକ ଅବସର ନେବେ। ସେତେବେଳେ ହାଇସ୍କୁଲ ଶିକ୍ଷକ ଶୂନ୍ୟ ହୋଇଯିବ ଏବଂ ଅଭାବନୀୟ ପରିସ୍ଥିତି ଦେଖାଦେଇ ସ୍କୁଲ ବନ୍ଦ ହେବା ଆଶଙ୍କା ରହିଛି। ଏବେ ଏହି ସ୍କୁଲରେ ହିନ୍ଦି, ସଂସ୍କୃତ, ଓଡିଆ ପଢାଇବା ପାଇଁ ୩ଜଣ ଶିକ୍ଷକ ଅଛନ୍ତି। ପିଅନ ଓ କିରାଣୀ ନାହାନ୍ତି। ଗଣିତ, ବିଜ୍ଞାନ, ଇଂରାଜୀ ଆଦି ବିଷୟ ପଢାଇବା ପାଇଁ ଶିକ୍ଷକ ନାହାନ୍ତି। ଏହି ସ୍କୁଲ ରେ ବର୍ତ୍ତମାନ ୯ମ ଓ ୧୦ମ ଶ୍ରେଣୀରେ ୬୩ ଜଣ ଛାତ୍ର ଛାତ୍ରୀ ଅଛନ୍ତି। ଏହି ହାଇସ୍କୁଲର ଭିତ୍ତିଭୂମିକୁ ସୁଦୃଢ ସବଳ କରିବାକୁ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସ୍ମାର୍ଟ କ୍ଲାସ୍ ରୁମ୍, ଇ-ଲାଇବ୍ରେରୀ ପାଇଁ ଆବଶ୍ୟକ ସରଞ୍ଜାମ ୩ ଜଣ ଶିକ୍ଷକରେ କିପରି ଚାଲିବ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।ସରକାର ଏଥିପ୍ରତି ଗୁରୁତ୍ବ ଦେଇ ଶୀଘ୍ର ଶିକ୍ଷକ ନିଯୁକ୍ତି ଦେଇ ଅଚଳାବସ୍ଥା ଦୂର କରିବାକୁ ଦାବୀ ହେଉଛି।
Comments are closed.