mission shakti banner

କଂଗ୍ରେସକୁ ଫେରିବେ ସଗରିଆ ଓ ପାଙ୍ଗୀ!

ଆସନ୍ତା ନିର୍ବାଚନରେ ଲଢ଼ିବେନି ସୁର ରାଉତରାୟ: ସାନ ପୁଅକୁ ଜଟଣି ଆସନ ଛାଡ଼ିବେ, ବଡ଼ ପୁଅକୁ ସାଂସଦ ଭାବେ ନିର୍ବାଚିତ ନିଷ୍ପତ୍ତି

BSKY banner  750×100

ଭୁବନେଶ୍ବର: କଂଗ୍ରେସ ଆଡ଼େ ଢଳୁଛନ୍ତି କଂଗ୍ରେସ ନେତା ଜୟରାମ ପାଙ୍ଗି। ଏ ନେଇ ଗଣମାଧ୍ୟମକୁ ଜୟରାମ ପାଙ୍ଗୀ ସୂଚନା ଦେଇଛନ୍ତି। ବିଆରଏସରେ ଯୋଗଦେଇଥିଲି, ମାତ୍ର ଓଡ଼ିଶାରେ ଲଞ୍ଚ ହେଉନି। ରାଜନୀତି କରିବାର ଅଛି, ତେଣୁ ଯଦି ଯିବି କଂଗ୍ରେସକୁ ଯିବି। ମୋ ବାପାଙ୍କର ଓ ମୋ ଗୁରୁ ବିଜୁ ବାବୁଙ୍କ ପୁରୁଣା ଦଳ କଂଗ୍ରେସ। କଂଗ୍ରେସର ନେତୃମଣ୍ଡଳୀ ମୋ ଯୋଗାଯୋଗରେ ଅଛନ୍ତି। କିନ୍ତୁ ମୁଁ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ବିଜେଡି, ବିଜେପି ଛାଡ଼ିଛି, ତେଣୁ ଆଉ ଛାଡ଼ି ଥିବା ଦଳକୁ ଯିବି ନାହିଁ।

କଂଗ୍ରେସକୁ ଫେରିପାରନ୍ତି ପୂର୍ବତନ ବିଧାୟକ କୃଷ୍ଣ ସଗରିଆ। କଂଗ୍ରେସକୁ ଫେରିବା ନେଇ ନିଜେ କୃଷ୍ଣ ସଗରିଆଙ୍କ ପରୋକ୍ଷରେ ସୂଚନା। ମୁଁ ଏ ନେଇ ଇଚ୍ଛା ପ୍ରକାଶ କରିସାରିଛି, ହାଇକମାଣ୍ଡଙ୍କୁ ବି ଜଣାଇସାରିଛି। ବିଧାୟକ ପଦରୁ ଇସ୍ତଫା ଦେଇଥିଲି, ଦଳ ମୋତେ ନିଲମ୍ବନ କରିଥିଲା। କଂଗ୍ରେସ ସମୁଦ୍ର ଭଳିଆ ଦଳ, ବହୁ ବରିଷ୍ଠ ଅଛନ୍ତି, ମିଶି କାମ କରିବୁ।

ଆସନ୍ତା ନିର୍ବାଚନରେ ଲଢ଼ିବେନି ସୁର ରାଉତରାୟ। ସାନ ପୁଅକୁ ଜଟଣି ଆସନ ଛାଡ଼ିବେ ଏବଂ ବଡ଼ ପୁଅକୁ ସାଂସଦ ଭାବେ ନିର୍ବାଚିତ କରିବାକୁ ସୁର ରାଉତରାୟଙ୍କ ନିଷ୍ପତ୍ତି। ଉଭୟ କଂଗ୍ରେସ ଟିକଟରୁ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି ସୁର ରାଉତରାୟ।

Comments are closed.