www.samajalive.in
Monday, December 15, 2025
27.1 C
Bhubaneswar

ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ବେଳେ ନାବାଳକ ନିଖୋଜ

ଗୋପାଳପୁର: ଗୋପାଳପୁର ସମୁଦ୍ରରେ ଆଜି ମଧ୍ୟାହ୍ନରେ ଗାଧlଉଥିବା ବେଳେ ଜଣେ ନାବାଳକ ଛାତ୍ର ବୁଡ଼ି ନିଖୋଜ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଥିବା ବାଳକ ଜଣଙ୍କ ହେଉଛନ୍ତି ବ୍ରହ୍ମପୁର ଆସ୍କା ରୋଡ଼ ସ୍ଥିତ ସୋମନାଥ ନଗର ୪ର୍ଥ ଲାଇନର ଆଦିତ୍ୟ ପ୍ରସାଦ ଦାସ (ବୟସ ୧୫) ବ୍ରହ୍ମପୁର ଡି ପଲ୍ ସ୍କୁଲରେ ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି। ଆଜି ଦଶମ ଶ୍ରେଣୀର ପରୀକ୍ଷା ସରିବା ପରେ ସେହି ଶ୍ରେଣୀର ୫ଜଣ ସାଙ୍ଗ ମିଶି ଗୋପାଳପୁର ବୁଲି ଆସି ସମୁଦ୍ରରେ ଗାଧୋଇଥିଲା। ତାକୁ ଦେଖି ଅନ୍ୟ ଜଣେ ସାଙ୍ଗ ଗାଧେଇବାକୁ ଯାଇଥିଲା। ସେତେବେଳେ ସାମାନ୍ୟ ବର୍ଷା ହେଉଥିଲା।ସେତେବେଳେ ୨ ଜଣ ସମୁଦ୍ର ଭିତରକୁ ଚାଲି ଯାଉଥିବା ଦେଖି ସେଠାରେ ଥିବା ୨ ଜଣ ମତ୍ସ୍ୟଜିବୀ ସମୁଦ୍ର ଭିତରକୁ ଯାଇ ଜଣକୁ ଉଦ୍ଧାର କରିଥିବା ବେଳେ ଆଦିତ୍ୟ ଭିତରକୁ ଚାଲି ଯାଇଥିଲା। ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ପରେ ତା ସାଙ୍ଗ ମାନେ ସେଠାରେ ନିୟୋଜିତ ଥିବା ଲାଇଫ ଗାର୍ଡଙ୍କୁ ଜଣାଇଥିଲେ। ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଆସି ଖୋଜା ଖୋଜି କରିବା ପରେ ନ ପାଇ ବାରୁ ଗୋପାଳପୁର ଥାନାରେ ଅଜା କିଶୋର ଚନ୍ଦ୍ର ଦାସ ଲିଖିତ ଅଭିଯୋଗ କରିଥିଲେ।

Hot this week

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories