ଭୋଳବେଡାରେ ଭତ୍ତା ବଣ୍ଟନ ମେଳା

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଫାଣ୍ଡି ଅଧୀନ ଭୋଳବେଡା ଜନଜାତି ହାଟ ଠାରେ ଆଜି ଘଟଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଘଟଗାଁ ବିଡିଓ ଉମାକାନ୍ତ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମେଳାରେ ମୁଖ୍ୟଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଯୋଗ ଦେଇ ୯ଟି ପଞ୍ଚାୟତର ମୋଟ ୫୭୧ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ, ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ଆଚାର୍ଯ୍ୟ, ଘଟଗାଁ ଜୋନ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନାଙ୍କ ସହ ୯ଟି ପଞ୍ଚାୟତର ସରପଞ୍ଚ ଯୋଗ ଦେଇଥିଲେ।
Comments are closed.