www.samajalive.in
Monday, December 15, 2025
27.1 C
Bhubaneswar

ଫିରିଙ୍ଗିଆ ଘଟଣାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ, ଗଠନ ହେଲା କନ୍ଧମାଳ ମିଳିତ ମଞ୍ଚ

ଫୁଲବାଣୀ:କନ୍ଧମାଳ ଜିଲାବାସି ବିଭିନ୍ନ ସମୟରେ ପ୍ରଶାସନ ଦ୍ୱାରା ହେଉ କିମ୍ବା କୌଣସି ବାହ୍ୟ ଶକ୍ତି ଦ୍ୱାରା ବିଭିନ୍ନ ସମସ୍ୟାରେ ପଡିଥାନ୍ତି। ପୁଲିସ ପ୍ରଶାସନ ଦ୍ୱାରା ଫିରିଙ୍ଗିଆ ଅଞ୍ଚଳରେ ଖେଳି ଯାଇଛି ଅଶାନ୍ତ ପରିବେଶ. ଫିରିଙ୍ଗିଆ ଥାନା ଅଧିକାରୀ ଓ କିଛି ଗୃହରକ୍ଷୀ ପୁଲିସ ଗାଡ଼ିରେ ଗଞ୍ଜେଇ ବେପାରକୁ ନେଇ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବା, ଏହାପରେ ଜିଲା ଅଧିକାରୀ ପଦକ୍ଷେପ ନ ନେବା, ୫ ତାରିଖ ସକାଳୁ ଦିନ ଦୁଇଟା ପର୍ୟ୍ୟନ୍ତ ଜନସାଧାରଣ ଧାରଣାରେ ବସିବା, ପୁଲିସ୍ ପ୍ରଶାସନ କିମ୍ବା ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନେବାରୁ ଜନସାଧାରଣ ବାଧ୍ୟ ହୋଇ ଥାନା ପର୍ୟ୍ୟନ୍ତ ଯାଇଥିଲେ ଯାହାଫଳରେ ଅଘଟଣ ଘଟି ଫିରିଙ୍ଗିଆ ଅଞ୍ଚଳ ଅଶାନ୍ତ ହୋଇଛି। ପୁଲିସ ପ୍ରଶାସନ ନିଜ ଦୋଷ ଘୋଡେଇ ବାକୁଯାଇ ଜନତାଙ୍କ ଉପରେ ଅକଥନିୟ ଅତ୍ୟାଚାର କରି ପ୍ରକୁତ ଦୋଷୀ ବଦଳରେ ସାଧାରଣ ଜନତାଙ୍କୁ ମାଡ ମାରି କୋର୍ଟ ଚାଲାଣ କରୁଛି, ଯାହାକି ଜିଲାରେ ଜନସାଧାରଣ ଭୟଭିତ ହେଇଛନ୍ତି. ଏହିପରିପେକ୍ଷୀରେ ଆଦିବାସୀ ନେତା ଲମ୍ବୋଦର କହ୍ନର,ଙ୍କ ଅଧ୍ୟକ୍ଷତାରେ ଶନିବାର ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ତଳଦଣ୍ଡିକିଆ ଠାରେ ଏକ ଏକ ଗୁରୁ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଆଦିବାସୀ ନେତା ଭାସ୍କର ପଧାନ, ମନୋଜ ମଲ୍ଲିକ, ତୁଷାର ପଧାନ ଙ୍କ ସମେତ ବହୁ ବରିଷ୍ଠ ଆଦିବାସୀ ନେତାମାନେ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବିଶେଷ କରି ସାଧାରଣ ଜନତାଦିନସାରା ରାଜରାସ୍ତାରେ ଧାରଣା ରେ ବସିଲେ ହେଲେ ପ୍ରଶାସନ କାହିଁକି ଜନସାଧାରଣ ଙ୍କ ନିକଟ କୁ ଆସି ସମାଧାନ କଲେ ନାହିଁ ଯାହାଫଳରେ ଅଘଟଣ ଘଟିଲା ଏଥି ନିମନ୍ତେ ପୁଲିସ କୁ ଦାୟୀ କରାଯାଇ, ଏବଂ ଜନସାଧାରଣଙ୍କୁ ପାଣି ପିଆଇ ପିଆଇ ମାଡ ମାରିବା ପ୍ରତିବାଦ କରିବାକୁ ନିଷ୍ପତ୍ତି କରାଯାଇଛି। କନ୍ଧମାଳ ମିଳିତ ମଞ୍ଚ ସବୁ ବର୍ଗ ଓ ଧର୍ମର ଜନତାଙ୍କୁ ନେଇ କନ୍ଧମାଳ ମଳିତ ମଞ୍ଚ ନାମକ ଏକ ସଂଗଠନ ଗଠନ କରାଯାଇଥିବାର ଏକ ବିବୃତ୍ତିରେ ଆଇନଜୀବି ସତ୍ୟ ନାରାୟଣ ବେ;ହେରା ସୂଚନା ଦେଇଛନ୍ତି।

- Advertisement -

ଉକ୍ତ କମିଟିରେ ସଭାପତି ରୂପେ ସମୀର ଘଟାଲ, ଉପସଭାପତି ରୂପେ ତିଳେଶ୍ୱର କହ୍ନର, ସାଧାରଣ ସମ୍ପାଦକ ରୂପେ ଆଇନଜୀବୀ ସତ୍ୟନାରାୟଣ ବେହେରା, ସହ ସମ୍ପାଦକ ରୂପେ ଡ୍ରାଇଭର କହ୍ନର. କାଯ୍ୟକାରୀ ସଦସ୍ୟ ରୂପେ ବାମଦେବ ମଲ୍ଲିକ, ଭୋଦେବ କହ୍ନର, ଶିବଶଙ୍କର ସାହାଣୀ, ସୋମନାଥ ବାଗ, ପ୍ରଦୀପ କହ୍ନର, ତ୍ରିନାଥ ମାଝୀ, ଦିବାକର ଡିଗାଲ, ପଙ୍କଜ ବେହେରା, ଅନାମ ଡିଗାଲ ଙ୍କୁ ମନୋନୀତ କରାଇଛି ଓ ଆସନ୍ତା ୨୮.୮.୨୦୨୩. ରିଖ ରେ ପ୍ରତିବାଦ ଶୋଭାଯାତ୍ରା ଏବଂ ସାଧାରଣ ସଭା କରନେସନ ପଡିଆ ରେ କରାଯିବାକୁ ନିଷ୍ପତି କରାଯାଇଛି ! ଏହି ସଭା ରେ ଜ଼ିଲ୍ଲା ର ସବୁ ବ୍ଲକ ପ୍ରତିନିଧି ଯୋଗଦେଇଥିଲା ବେଳେ ଉପଦେଷ୍ଟା ଭାବେ ଆଦିବାସୀ ନେତା ଲମ୍ବୋଦର କହ୍ନର, ଭାସ୍କର ପଧାନ, ମନୋଜ ମଲ୍ଲିକ, ତୁଷାର କହ୍ନର ଙ୍କୁ ସର୍ବ ସନ ମତି କ୍ରମେ ମନୋନିତ କରାଯାଇଛି।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories