ରାଜ୍ୟର ଉତ୍କୃଷ୍ଟ ହସ୍ତତନ୍ତ ପରଂପରା ଲକ୍ଷଲକ୍ଷ ବୁଣାକାରମାନଙ୍କ ଜୀବନ ଜୀବିକାରେ ସହାୟକ ହୋଇପାରିଛି
‘ବୟନିକା’ ଦ୍ୱାରା ଆୟୋଜିତ ଫେଶନ ଶୋ’
ଭୁବନେଶ୍ୱର:ସମଗ୍ର ରାଜ୍ୟରେ ଅଗଷ୍ଟ ୭ ତାରିଖ ଠାରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ରାଜ୍ୟସ୍ତରୀୟ ନବମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହେଉଛି। ଏହି ଅବସରରେ ଆମର ବୟନ ପରଂପରା ଓ ସଂସ୍କୃତିକୁ ସମ୍ମାନ ଜଣାଇବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ନିମନ୍ତେ ସୁଯୋଗ ସୃଷ୍ଟି ହୋଇପାରିଛି। ଆଉ ମଧ୍ୟ ପୁରୁଷାନୁକ୍ରମେ ସେମାନଙ୍କର ଅନନ୍ୟ ଦକ୍ଷତା ଓ ସୃଜନଶୀଳତା ପାଇଁ ବୁଣାକାରମାନଙ୍କୁ ସହାୟତା ଓ ସମର୍ଥନ ମିଳିପାରୁଛି। ଆମ ରାଜ୍ୟର ଉତ୍କୃଷ୍ଟ ହସ୍ତତନ୍ତ ପରଂପରା ଲକ୍ଷଲକ୍ଷ ବୁଣାକାରମାନଙ୍କ ଜୀବନ ଜୀବିକାରେ ସହାୟକ ହୋଇପାରିଛି। ଆମର ହସ୍ତତନ୍ତ ପରଂପରାର ଗୁରୁତ୍ୱ ସମ୍ପର୍କରେ ସଚେତନତା ଜାଗ୍ରତ ସହିତ ଦେଶର ସାମାଜିକ-ଅର୍ଥନୈତିକ ଉନ୍ନତିରେ ସହାୟକ ହେବା ଉଦ୍ଦେଶ୍ୟରେ ‘ବୟନିକା’ ପକ୍ଷରୁ ଯୁବବର୍ଗ ନିମନ୍ତେ ପାରଂପାରିକ ପୋଷାକ, ଶାଢୀ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦର୍ଶନ କରାଯାଉଛି।
ଆଜି ଏକାମ୍ର ହାଟଠାରେ ‘ବୟନିକା’ ପକ୍ଷରୁ ଏକ ସ୍ୱତନ୍ତ୍ର ଫେସନ ସୋ’ ଅନୁଷ୍ଠିତ ହୋଇଯାଇଛି। ଏହି ଫେଶନ୍ ଶୋ’ର ବିଷୟ ବସ୍ତୁ ରହିଛି ‘ଥ୍ରେଡ୍ସ ଅଫ୍ ଟ୍ରାଡିସନ୍’। ଆଜି ସଂଧ୍ୟାରେ ଆୟୋଜିତ ଫେସନ୍ ସୋ’କୁ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ତଥା ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନସଚିବ ଉଷା ପାଢୀ, ବୟନ ଓ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ନେସ୍ନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଫେସନ ଟେକ୍ନୋଲୋଜିର ନିର୍ଦ୍ଦେଶକ ରାଜେଶ କୁମାର ଝା, ବୟନିକାର ପରିଚାଳନା ନିର୍ଦ୍ଦେଶକ ତଥା ହସ୍ତତନ୍ତ ନିର୍ଦ୍ଦେଶକ ପ୍ରଣତୀ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.