www.samajalive.in
Monday, December 15, 2025
24.1 C
Bhubaneswar

ରାଜ୍ୟ ବ୍ୟାପି ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ

ଭୁବନେଶ୍ୱର : ଆଜି ରାଜ୍ୟରେ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ୨୦୨୩-୨୪ ଶିକ୍ଷା ବର୍ଷର ଦ୍ୱିତୀୟ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟମାନେ ସ୍ୱତଃସ୍ଫୁର୍ତ ଭାବେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଜିର ବୈଠକରେ ଶୈକ୍ଷିକ ଅଭିବୃଦ୍ଧି ନିମନ୍ତେ ଶିକ୍ଷଣ ସାମଗ୍ରୀ ଯୋଗାଣ, ସ୍ୱଚ୍ଛତା ପକ୍ଷ ପାଳନ, ସୁରଭି ଓ ମିଲେଟସ୍ ମିଶନ ପ୍ରତିଯୋଗିତା, ଅନ୍ଲାଇନ୍ ସୁରକ୍ଷା, ସାଇବର ସଚେତନତା ଓ ବିଦ୍ୟାଳୟ / ଛାତ୍ରଛାତ୍ରୀମାନଙ୍କ ନିରାପତା ବ୍ୟବସ୍ଥା, ଋତୁକାଳୀନ ଛାତ୍ରାବାସ ଏବଂ ପରିବହନ ଓ ରକ୍ଷଣ ଅନୁଗାମୀ ବ୍ୟବସ୍ଥା, ସ୍ୱଳ୍ପ ଅବଧି ଧନ୍ଦାମୂଳକ କାର୍ଯ୍ୟକ୍ରମ ଓ ପରାମର୍ଶ ଶିବିର, ବାଲ୍ୟ ବିବାହ ଉପରେ ସଚେତନତା , ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପୋଷାକ ଅନ୍ୟାନ୍ୟ ଆନୁସଙ୍ଗିକ ଉପକରଣ, ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’ , ମାଧ୍ୟମିକ ବିଦ୍ୟାଳୟରେ ହାଉସ ସିଷ୍ଟମ ପ୍ରଚଳନ, କ୍ୟାରିଅର ଯୋଜନା, ପିଲାମାନଙ୍କର ମାନସିକ ଚାପ ଓ ଏହାର ଦୂରୀକରଣ ଉପରେ ଆଲୋଚନା କରାଯାଇଥିଲା।
ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କ ତରଫରୁ ବିଦ୍ୟାଳୟ ଶିକ୍ଷାର ବିକାଶ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଗୁଡ଼ିକ ଉପରେ ବିଶଦଭାବରେ ଆଲୋଚନା କରାଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ବିଦ୍ୟାଳୟ ପରିଦର୍ଶନ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories