www.samajalive.in
Monday, December 15, 2025
16.1 C
Bhubaneswar

ଛାତ୍ର ପ୍ରତିନିଧିଙ୍କ ପକ୍ଷରୁ ୟୁରେଟ ପରୀକ୍ଷା ନେଇ ଅନୁରୋଧ ପତ୍ର ପ୍ରଦାନ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ୨୩ ତାରିଖ ରବିବାର ଦିନ ୟୁରେଟ ୨୩ ବର୍ଷ ପାଇଁ ପରୀକ୍ଷା ଧାର୍ଯ୍ୟ ହୋଇଛି। ଏହାକୁ ସ୍ଥଗିତ କରିବା ଓ ଅନ୍ୟ ତାରିଖ ଧାର୍ଯ୍ୟ କରିବା ପାଇଁ ଆଜି ଅପରାହ୍ନରେ ଏ ଆଇ ଡି ଏସ୍ ଓ ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ର ମାନେ ୟୁରେଟ୍ ପରୀକ୍ଷା ସ୍ଥଗିତ କରିବା ଓ ଅନ୍ୟ ତାରିଖ ଧାର୍ଯ୍ୟ କରିବା ପାଇଁ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ, କୁଳସଚିବ ସଚ୍ଚିଦାନନ୍ଦ ନାୟକ ଏବଂ ଡେପୁଟି ପରୀକ୍ଷା ନିୟନ୍ତ୍ରକ ଡ଼ଃ ସତ୍ୟବ୍ରତ ପାତ୍ରଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି। ସୂଚନା ଯେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ୟୂରେଟ ପରୀକ୍ଷା ପାଇଁ ପିଜି ବିଭାଗର ସମସ୍ତ ପରୀକ୍ଷା ଫଳ ବାହାରି ନ ଥିବା ସତ୍ୱେ ବିନା ସୂଚନାରେ ବିଜ୍ଞପ୍ତି ଜାରି କରି ୨୩ ତାରିଖ ଧାର୍ଯ୍ୟ ହୋଇଛି। ୟୂରେଟ୍ ପରୀକ୍ଷା ପାଇଁ ବିଜ୍ଞପ୍ତିରେ ୪ର୍ଥ ସେମିଷ୍ଟlରର ଛାତ୍ର ଛାତ୍ରୀ ମlନେ ପରୀକ୍ଷା ଦେଇ ପରୀକ୍ଷା ଫଳ ବାହାରି ନ ଥିଲେ ମଧ୍ୟ ଆବେଦନ କରିବା ପାଇଁ କୌଣସି ସୂଚନା ନ ଥିବା ବେଳେ ସୂଚନା ନ ଦିଆଯାଇ ଅନୈତିକ ଭାବେ କିଛି ଛାତ୍ରଛାତ୍ରୀଙ୍କ ଅବେଦେନ ପତ୍ରକୁ ଗ୍ରହଣ କରାଯାଇଥିବା ଜଣାପଡିଛି। ଯାହା କି ସମ୍ବିଧାନର ଧାରା ୧୪,୧୫,୧୬କୁ ସମ୍ପୂର୍ଣ୍ଣ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରିଛନ୍ତି।

ଆଇ ଆର୍ ଏଣ୍ଡ ପି ଏମ୍ ଏବଂ ଆଇନ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିବାରୁ ସେହି ବିଭାଗର ଛାତ୍ରଛାତ୍ରୀ ପରୀକ୍ଷାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି। ଏ ଆଇ ଡି ଏସ୍ ଓ ରାଜ୍ୟ ମଣ୍ଡଳ ସଭାପତି ଶିବାନି ଶଙ୍କର ମିଶ୍ର, ଗଞ୍ଜାମ ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ ଓ ସମ୍ପାଦକ ନାରାୟଣ ସାହୁ କୁଳପତିଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟାଳୟରେ ଅନୁରୋଧ ପତ୍ର ପ୍ରଦାନ କରିଥିବା ବେଳେ ବିଶ୍ଵବିଦ୍ୟାଳୟର ଛାତ୍ର ଦୂର୍ଗା ମାଧବ ପ୍ରଧାନଙ୍କ ନେତୃତ୍ୱରେ କିଛି ଛାତ୍ର କୁଳପତି, କୂଳ ସଚିବ ଓ ସହ ପରୀକ୍ଷା ନିୟନ୍ତ୍ରକଙ୍କୁ ପ୍ରଦାନ କରିଥିବା ବେଳେ ମେଲ ମାଧ୍ୟମରେ ଉଚ୍ଚ ଶିକ୍ଷା ବିଭାଗ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଜ୍ୟପାଳଙ୍କ କାର୍ଯ୍ୟାଳୟ, ମାନବ ଅଧିକାର ବିଭାଗକୁ ପ୍ରଦାନ କରିଥିବା ଛାତ୍ର ଦୁର୍ଗା ପ୍ରଧାନ କହିଛନ୍ତି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories