ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ପରିସରରେ ଆଜି ଦୀର୍ଘ ସ୍ଥାୟୀ ବିକାଶ ଯୋଜନାକୁ ନେଇ ଚାରି ଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁନିଲ କେରକେଟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ପ୍ରୋଗ୍ରାମିଙ୍ଗ ପରିଚାଳକ ରୁଦ୍ର ପଣ୍ଡା ତାଲିମ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଏଥିରେ ପ୍ରତିଦିନ ଦୁଇଟି ଅଧିବେଶନରେ ୬୦ ଜଣ ଙ୍କୁ ତାଲିମ ଦିଆଯାଉଥିଲା। ୨୪ଟି ପଞ୍ଚାୟତରୁ ସରପଞ୍ଚ, ପିଇଓ, ଜିଆରଏସ, ଜଣେ ଆଶା କର୍ମୀ, ଜଣେ ଅଙ୍ଗନୱାଡ଼ି କର୍ମୀ, ୩ ଜଣ ୱାର୍ଡ ମେମ୍ବର, ଏମ୍ ବି ସି, ଏସ ଇ ଏମ୍ ଓ ବ୍ୟାଙ୍କ୍ ମିତ୍ର ଆଦି ୨୪୦ ଜଣ ତାଲିମ ନେଇଥିଲେ।
Popular Categories



