www.samajalive.in
Monday, December 15, 2025
24.1 C
Bhubaneswar

ବନାଞ୍ଚଳ ଅଧିକାରୀ ଓଏଏସ୍‌‌ ପରୀକ୍ଷାରେ କୃତକାର୍ଯ୍ୟ

କେନ୍ଦୁଝରଗଡ଼ : ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଗୋପୀନାଥପୁର ଗ୍ରାମର ନିଳମଣୀ ଦେହୁରୀ ନିକଟରେ ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ୪୨୨ତମ ସ୍ଥାନରେ ଥିବା ନିଳମଣୀ ରାଇସୁଆଁ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌‌ ଶିକ୍ଷା ପରେ ପଦ୍ମପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ ୨ ପାସ୍‌‌ ପରେ ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ କେନ୍ଦୁଝରରୁ ମେକାନିକାଲ ଇଞ୍ଜିନିୟରିଂରେ ବିଟେକ୍‌‌ ପାସ୍‌‌ ପରେ ରାଉରକେଲାସ୍ଥିତ ଏନ୍‌‌ଆଇଟିରୁ ଇଣ୍ଡଷ୍ଟ୍ରିଆଲ ଡିଜାଇନରେ ଏମ୍‌‌ଟେକ୍‌‌ ଡ୍ରିଗ୍ରୀ ହାସଲ କରିଛନ୍ତି। ୨୦୧୭ରେ ବନାଞ୍ଚଳ ଅଧିକାରୀ ଭାବେ କୃତକାର୍ଯ୍ୟ ହୋଇ ତାଲିମ ଗ୍ରହଣ ପରେ ଅନଗୁଳ ଜିଲା କଣିହାଁ ବନାଞ୍ଚଳ ଅଧିକାରୀ ଭାବେ ସେ ବର୍ତ୍ତମାନ କାର୍ଯ୍ୟରତ। ଭଗବାନଙ୍କ ଆର୍ଶିବାଦ, ମା’ ପ୍ରଭାତୀ ଦେହୁରୀଙ୍କ ଆର୍ଶିବାଦ ଓ ପ୍ରେରଣା, ପରିବାର ସଦସ୍ୟଙ୍କ ଉତ୍ସାହ ଆଜି ତାଙ୍କୁ ସଫଳତା ଆଣି ଦେଇଥିବା ବେଳେ ସଫଳତାର ଶ୍ରେୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି ନିଳମଣୀ । ସେ ଜଣେ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଆଦିବାସୀ ଲୋକେ କିଭଳି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ନହୁଅନ୍ତି ସେ ଦିଗରେ ବିଶେଷ ଗୁରୁତ୍ୱ ପ୍ରଦାନ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛା ଜ୍ଞାପନ କରାଯାଇଛି।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories